କନ୍ଧମାଳ କୋଟଗଡ ନାବାଳିକା ଦୁଷ୍କର୍ମ ମାମଲା : ୫ ଲକ୍ଷ ଟଙ୍କାର  ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କନ୍ଧମାଳ ଜିଲ୍ଲା କୋଟଗଡ ଅଂଚଳରେ ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଦୁଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ପୀଡିତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତ ରାଶି ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ କି, କନ୍ଧମାଳ ଜିଲ୍ଲା କୋଟଗଡ ରନ୍ଥମରା ଗ୍ରାମରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଯୁକ୍ତକୁ ଗିରଫ ଓ କ୍ଷତିପୂରଣ ଦାବିରେ ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ରାସ୍ତା ରୋକ ମଧ୍ୟ କରିଥିଲେ ।

ପରିବାର ଲୋକଙ୍କ ଅଭିଯୋଗ ମୁତାବକ ଗତକାଲି ଅପରାହ୍ନ ୨ଟାରେ ନାବାଳିକା ଶୌଚ ହେବା ପାଇଁ ଯାଇଥିଲା । ମାତ୍ର ଦୀର୍ଘ ସମୟ ଧରି ଘରକୁ ଫେରିଥିଲେ । ବହୁତ ଖୋଜାଖୋଜି କରିବା ପରେ ପରିବାର ଲୋକ ଝିଅକୁ ନ ପାଇବାରୁ କୋଟଗଡ ଥାନାରେ ଏତଲା ଦେଇଥିଲେ । ପୋଲିସ ଖୋଜାଖୋଜି କରିବା ପରେ ହାତକଟା ଜଙ୍ଗଲରୁ ନାବାଳିକାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରିଥିଲା । ଅନ୍ୟପକ୍ଷରେ ନିକଟରେ ମଦ