୪୦୦କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କଲେ ନବୀନ

ବାଲେଶ୍ୱର: ଦିନିକିଆ ବାଲେଶ୍ୱର ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ପ୍ରଥମେ ମୁଖ୍ୟମନ୍ତ୍ରୀ ଭୋଗରାଇ ବ୍ଲକ ତାଳସାରୀରେ ପହଂଚି ତାଳସାରୀ ମହୋତ୍ସବକୁ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଏକ ସାଧାରଣ ସଭାର ୍ରଆୟୋଜନ ହୋଇଥିଲା । ଏଠାରେ ପ୍ରାୟ ୪୦୦କୋଟି ଟଙ୍କାର ବ୍ୟାୟରେ ୪୦ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ସୁବର୍ଣ୍ଣରେଖାର ପନ୍ତେଠାରେ ୨୦୦କୋଟି ଟଙ୍କା ବ୍ୟୟରେ ନିର୍ମିତ ପୋଲ ସମେତ ଅନ୍ୟ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି ।


ଏହାପରେ ପୋଲିସ ପରେଡ ଗ୍ରାଉଣ୍ଡରେ ସୁବର୍ଣ୍ଣରେଖା ବନ୍ଦର, ଚାନ୍ଦିପୁର ଫିସିଂ ହର୍ବାରର ଶିଳାନ୍ୟାସ ସମେତ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହାସହ ବିଜୁ ଯୁବବାହିନୀର କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ । ଏହି ଅବସରରେ ଦୀଘା-ଜଳେଶ୍ୱର ରେଳପଥ ଖୁବ୍ଶୀଘ୍ର ନିର୍ମାଣ ପାଇଁ କେନ୍ଦ୍ରକୁ ଚିଠି ଲେଖାଯାଇଥିବା ସୂଚନା ଦେଇଥିଲେ । ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ କୁମାର ପଣ୍ଡା କହିଛନ୍ତି ଯେ, ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ୮୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ସରକାର ହାତକୁ ନେବା ସହିତ ସ୍ୱତନ୍ତ୍ର ଭାବେ ତାଳସାରୀ ବେଳାଭୂମି ପର୍ଯ୍ୟଟନ ବିକାଶ ନିମନ୍ତେ ଅର୍ଥ ଅନୁଦାନ ଦିଆଯାଇଛି ।