ମୁଖ୍ୟମନ୍ତ୍ରୀଙ୍କ ଘୋଷଣା; ୨୦୨୦ ଅଗଷ୍ଟ ୧୫ରୁ ହାତ ପାଆନ୍ତାରେ ମିଳିବ ସରକାରୀ ସେବା

ଆଉ ଦୈଡିବାକୁ ପଡିବନି ସରକାରୀ ଅଫିସ, ଅନଲାଇନରେ ସେବାଦେବେ ସରକାର

ଭୁବନେଶ୍ବର : ବ୍ୟାପକ ହେବ ଫାଇଭ- ଟି ଚ୍ୟାଟର । ଲୋକଙ୍କ ପାଖରେ ପହଁଚିବ ସରକାରୀ ସେବା । ୨୦୨୦ ଅଗଷ୍ଟ ୧୫ରୁ ଆଉ ଲୋକଙ୍କୁ ସରକାରୀ ସେବା ପାଇବାକୁ ଅଫିସକୁ ଦୈଡିବାକୁ ପଡିବନି ଅନଲାଇନରେ ସବୁ ସେବା ଯୋଗାଇଦେବେ ରାଜ୍ୟସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ବିଧାନସଭାରେ ଏହି ଘୋଷଣା କରିଛନ୍ତି ।

ହାତ ପାଆନ୍ତାରେ ମିଳିବ ସରକାରୀ ସେବା । ଜରୁରୀ ସରକାରୀ ସେବା ଲାଗି ଆଉ ସରକାରୀ ଅଫିସକୁ ସାଧାରଣ ଲୋକଙ୍କୁ ଦୈଡିବାକୁ ପଡିବନି । ୨୦୨୦ ଅଗଷ୍ଟ ୧୫ରୁ ଅନଲାଇନରେ ସରକାରୀ ସେବା ଯୋଗାଇଦେବେ ରାଜ୍ୟସରକାର । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଏଭଳି ପ୍ରତିଶୃତି ଦେଇଛନ୍ତି । ରାଜ୍ୟବାସୀଙ୍କୁ ପ୍ରତିଶୃତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୨୦ ମସିହା ସ୍ବାଧୀନତା ଦିବସ ସୁଦ୍ଧା ଜନସାଧାରଣ କୈଣସି କାର‌୍ୟ୍ୟପାଇଁ ସରକାରୀ କାର‌୍ୟ୍ୟାଳୟକୁ ନଆସି ଅନ୍ୟ ସ୍ଥାନରେ କିପରି ଏହି ସୁବିଧା ପାଇବେ । ସରକାରୀ ଅଫିସକୁ ବାରମ୍ବାର ନ ଦୈଡି ଅନଲାଇନରେ କିପରି ସେମାନଙ୍କୁ ସେମାନଙ୍କ ଦ୍ବାର ଦେଶରେ ବିଭିନ୍ନ ପ୍ରକାର ସରକାରୀ ସେବା ମିଳିବ ସେନେଇ ସରକାର କାର‌୍ୟ୍ୟକରୁଛନ୍ତି । ଆଉ ଏହା ହେଉଛି ୫ଟି ଚ୍ୟାଟରର ସବୁଠୁ ବଡ ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତ କାର‌୍ୟ୍ୟପାଇଁ ଲୋକଙ୍କ ପାରିଶ୍ରମିକକୁ ବ୍ୟାଙ୍କ ମାଧ୍ୟମରେ ଦେବାଲାଗି ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟତ ସୂଚନା ଦେଇଛନ୍ତି । ଏହାଦ୍ବାରା ଗରିବ ଶ୍ରମିକ ମାନେ ଅଧିକ ଲାଭବାନହେବେ । ୫-ଟି ପ୍ରଶାସନକୁ ସଶକ୍ତ ଓଡିଶା ଗଠନ ଦିଗରେ ଆଉ ଏକ ସ୍ତରକୁ ନେବାରେ ସାହାର‌୍ୟ୍ୟକରିବ । ଏଥିପାଇଁ ବିଧାନସଭାରେ ସମସ୍ତ ସଦସ୍ୟଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟସରକାର ଏବେ ଫାଇଭ ଟି ଓ ମୋ ସରକାରର ଗୁରୁତ୍ବ ଦେଉଛନ୍ତି । ନିଦ୍ଦିଷ୍ଟ ସମୟସୀମାରେ କିପରି ଲୋକେ ସରକାରୀ ସେବା ପାଇବେ ତାହା ଉପରେ ପ୍ରାଥମିକତା ଦିଆଯାଉଛି । ଏବେ ଥାନା ଓ ଡାକ୍ତରଖାନାରେ ମୋ ସରକାର ଲାଗୁ ହୋଇଥିବାବେଳେ ଅଗଷ୍ଟ ସୁଦ୍ଧା ୫ ଟି ବିଭାଗରେ ମୋ ସରକାର ଲାଗୁ ପାଇଁ ଯୋଜନା କରିଛନ୍ତି ରାଜ୍ୟସରକାର ।