କୋଭିଡ ଯୋଦ୍ଧାଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କଲେ ରାଜ୍ୟ ସରକାର

ଭୁୁବନେଶ୍ୱର: କରୋନା ଯୋଦ୍ଧାଙ୍କୁ ମଳିିବ ପ୍ରୋତ୍ସାହନ ରାଶି । ରାଜ୍ୟର କୋଭିଡ୍ ହସ୍ପିଟାଲ ରେ କାର୍ଯ୍ୟରତ କୋଭିଡ ଯୋଦ୍ଧାଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । କୋଭିଡରେ କାମ କରୁଥିବା ଡାକ୍ତର, ନର୍ସ, ଲାବୋରଟୋରି ଟେକ୍ନିସିଆନ, ଫାର୍ମାସିଷ୍ଟ, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶି ମିଳିବ ।

ତେବେ ଡାକ୍ତରମାନଙ୍କୁ ଦୈନିକ ହଜାରେ ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ । ନର୍ସ ଓ ଫାର୍ମାସିଷ୍ଟଙ୍କୁ ଦୈନିକ ୫୦୦ ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ । ରେଡିଓଗ୍ରାଫର ଓ ଲାବୋରେଟୋରି ଟେକ୍ନିସିଆନଙ୍କୁ ୫୦୦ ଟଙ୍କା ମିଳିବ । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଦୈନିକ ୨୦୦ ଟଙ୍କା ମିଳିବ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପ୍ରୋତ୍ସାହନ ରାଶି ଘୋଷଣା କରାଯାଇଛି । ଏ ବାବଦ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭରଣ କରାଯିବ ।