ରେଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟରକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ଆରଏମଆରସି (ରେଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର)କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆରଏମଆରସି ୧ ଲକ୍ଷ କରୋନା ନମୁନା ପରୀକ୍ଷଣ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ ମାଧ୍ୟମରେ ଧନ୍ୟବାଦ ଜଣାଯାଇଛି।

କରୋନା ନମୁନା ପରୀକ୍ଷଣରେ ଆରଏମଆରସି ମାଇଲଖୁଣ୍ଟ ସ୍ଥାପନ କରିଛି। ସର୍ବାଧିକ ନମୁନା ପରୀକ୍ଷଣରେ ଦେଶର ୩ ଲ୍ୟାବ ମଧ୍ୟରେ ଆରଏମଆରସି ରହିଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

ଗତ ସାଢେ ୩ ମାସରେ ଆରଏମଆରସିରେ ୧ ଲକ୍ଷ ନମୁନା ପରୀକ୍ଷଣ କରାଯାଇଛି। ଲ୍ୟାବରେ ହୋଇଥିବା ୧ ଲକ୍ଷ ନମୁନାରୁ ୨.୩ ହଜାର କରୋନା ପଜିଟିଭ ଆସିଛି।