ବାହୁଡାଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ବାହୁଡାଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ପ୍ରଗତି ସହ ମଙ୍ଗଳମୟ ଜୀବନ କାମନା କଲେ ନବୀନ । ଚତୁର୍ଦ୍ଦାମୂର୍ତ୍ତିଙ୍କ କରୁଣାରୁ କଠିନ ସ୍ଥିତି ଦୂର ପାଇଁ କଳେ ବିନତି ।

ଆଜି ଶ୍ରୀଜୀଉଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଜନ୍ମବେଦୀରୁ ଲୀଳାଖେଳା ସାରି ରତ୍ନବେଦୀକୁ ବାହୁଡ଼ିବେ ମହାବାହୁ । ବାହୁଡା ଯାତ୍ରା ପାଇଁ ନାକଚଣା ଦ୍ୱାର ନିକଟରେ ତିନି ରଥ ଅପେକ୍ଷା ରତ ରହିଛନ୍ତି । ଏହାସହ ବାହୁଡାଯାତ୍ରା ଲାଗି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୁରୀ ଜିଲ୍ଲା ସମେତ ସହରରେ କର୍ଫ୍ୟୁ କରାଯାଇଛି। ମଙ୍ଗଳବାର ରାତିରୁ ୨ ତାରିଖ ଅର୍ଥାତ ଗୁରୁବାର ରାତି ୧୦ଟା ପର‌୍ୟ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ।

ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ବଡଦାଣ୍ଡକୁ କାହାକୁ ଆସିବାକୁ ଦିଆଯିବ ନାହିଁ। କେବଳ ସେବକମାନେ ରଥ ଟାଣିପାରିବେ। ବଡଦାଣ୍ଡରେ କଡା ସୁରକ୍ଷା‌ଭିତରେ ସବୁ କିଛି କରାଯିବ। ସୁରକ୍ଷା ପାଇଁ ୭୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁରୀର ସମସ୍ତ ପ୍ରବେଶ ପଥ ସିଲ୍ କରାଯିବା ସହିତ ଗଳିକନ୍ଦିକୁ ସିଲ୍ କ‌ରାଯାଇଛି।