ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍

ଭୁବନେଶ୍ୱର: ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି । ଟ୍ୱିଟ୍ କରି ନବୀନ ଜୟ ଜଗନ୍ନାଥ ବୋଲି ଲେଖିଛନ୍ତି । ସନ୍ଧ୍ୟା ୫ଟାରେ ପୁରୀରେ ରଥଯାତ୍ରା ସ୍ଥିତର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

ସେପଟେ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ୍ କରିଛି ଯେ, ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜାରି ରହିଛି । ଜିଲ୍ଲା ପ୍ରଶାସନ ତଥା ପୌର କର୍ତ୍ତୁପକ୍ଷଙ୍କ ଦ୍ୱାରା ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । କରୋନା ମୁକାବିଲା ସହିତ ଚଳିତ ବର୍ଷ ରଥଯାତ୍ରା ପାଳନ ହେବ । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ରଥାଯାତ୍ରା ପାଳନ ପାଇଁ ପ୍ରସ୍ତୁତି ଚାଲିଛି ।