ଆଜି କୋଭିଡ୍ ଯୋଦ୍ଧାଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି କୋଭିଡ୍ ଯୋଦ୍ଧାଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫେରେନ୍ସିଂ ଜରିଆରେ ସେ ଏହି ସମ୍ୱୋଧନ କରିବେ। ଆଜି ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବ। ‘କରୋନା’ ଆକ୍ରାନ୍ତଙ୍କ ଚିକିତ୍ସା ଓ ସେବା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷାକୁ ନେଇ ଏଥିରେ ଆଲୋଚନା କରାଯିବ। ଏଥିରେ ସବୁ ଜିଲ୍ଲାର ସିଡିଏମ୍ଓ, ମେଡିକାଲ କଲେଜର କର୍ମଚାରୀ ଓ କୋଭିଡ୍ ହସ୍ପିଟାଲର ଅଧିକାରୀମାନେ ସାମିଲ ହେବେ।