ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କୁ ଟୁଇଟ୍ ଯୋଗେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ସବୁବେଳେ ଲୋକଙ୍କ ସହ ରହିବା ଏବଂ ପ୍ରତିଟି ଲୋକର କଲ୍ୟାଣ ଓ ଉନ୍ନତି ପାଇଁ କାର୍ଯ୍ୟ କରିବା ବିଜୁ ବାବୁଙ୍କ ମନ୍ତ୍ର ଥିଲା; ଯାହା ଲୋକଙ୍କ ସେବା ପାଇଁ ସର୍ବଦା ଆମକୁ ଅନୁପ୍ରାଣିତ କରିଆସିଛି। ସେହି ମହାନ ପୁଣ୍ୟାତ୍ମା, ଓଡ଼ିଶାର ବରପୁତ୍ର, ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି। pic.twitter.com/yB7aOsxgcF
— Naveen Patnaik (@Naveen_Odisha) April 17, 2020
ଏଥିରେ ସେ ଉଲ୍ଲେଖ କରିଛନ୍ତି ,‘ସବୁବେଳେ ଲୋକଙ୍କ ସହ ରହିବା ଏବଂ ପ୍ରତିଟି ଲୋକର କଲ୍ୟାଣ ଓ ଉନ୍ନତି ପାଇଁ କାର୍ଯ୍ୟ କରିବା ବିଜୁ ବାବୁଙ୍କ ମନ୍ତ୍ର ଥିଲା; ଯାହା ଲୋକଙ୍କ ସେବା ପାଇଁ ସର୍ବଦା ଆମକୁ ଅନୁପ୍ରାଣିତ କରିଆସିଛି। ସେହି ମହାନ ପୁଣ୍ୟାତ୍ମା, ଓଡ଼ିଶାର ବରପୁତ୍ର, ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି।’