ମାର୍ଚ୍ଚ ୫ ତାରିଖକୁ ପଂଚାୟତିରାଜ ଓ ଲୋକସେବା ଦିବସ ଭାବେ ପାଳନ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜୁବାବୁଙ୍କ ଇଚ୍ଛା ଥିଲା ଯେ ସମସ୍ତଙ୍କ ପାଇଁ ପକ୍କା ଘର । ଖୁସିର କଥା ଏଦିଗରେ ଆମେ ଅନେକ ବାଟ ଆସିପାରିଛୁ । ଏ ପର୍ଯ୍ୟନ୍ତ ଆମେ ୨୫ଲକ୍ଷ ହିତାଧିକାରୀଙ୍କୁ ପକ୍କାଘର ଦେଇପାରିଛୁ । ଆଗାମୀ ୪ବର୍ଷ ଭିତରେ ଆଉ ୨୦ଲକ୍ଷ ପକ୍କାଘର ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖିଛୁ । ଆଜି ବିଜୁବାବୁଙ୍କ ଜୟନ୍ତୀ ଅବସରରେ ୨୦ଲକ୍ଷ ପକ୍କ୍‌ାଘର ପାଇଁ ହିତାଧିକାରୀଙ୍କୁ ପକ୍କାଘର ଇଟଲିମେଂଟ କାର୍ଡ ବଂଟନ କାର୍ଯ୍ୟ ଆରମ୍ଭ କରି ମୁଁ ବହୁତ ଖୁସି ।

ମୋ ସରକାର କଥା ନୁହେଁ, କାମରେ ବିଶ୍ୱାସ କରେ । ପକ୍କା ଘର ଇଟଲିମେଂଟ ଅର୍ଡର ପାଇଁ ସମସ୍ତଙ୍କୁ ମୋର ଶୁଭେଚ୍ଛା । ମୋର ବିଶ୍ୱାସ, ଆପଣମାନେ ଠିକ୍ ସମୟରେ ଘର ତିଆରି କରିବେ ଏବଂ ଓଡ଼ିଶାର ସବୁ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ସରକାଙ୍କ ଉଦ୍ୟମରେ ସହଯୋଗ କରିବେ ।

ପଂଚାୟତିରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବା ପାଇଁ ମୋ ସରକାର ବିଭିନ୍ନ ପଦକ୍ଷେପ ନେଇଛି । ଗଣତନ୍ତ୍ରରେ ଲୋକ ହିଁ ଶ୍ରେଷ୍ଠ । ସାଧାରଣ ଲୋକ ହିଁ ମାଲିକ । ବିଜୁବାବୁ ସବୁବେଳେ ସାଧାରଣ ଲୋକର ହକକୁ ଗୁରୁତ୍ୱ ଦେଉଥିଲେ । ତେଣୁ ମାର୍ଚ୍ଚ ୫ ତାରିଖକୁ ପଂଚାୟତିରାଜ ଓ ଲୋକସେବା ଦିବସ ଭାବେ ପାଳନ କରାଯିବ ବୋଲି ମୁଁ ଘୋଷଣା କରୁଛି ବୋଲି କହିଛନ୍ତି ।