ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଫୁଟବଲ-୨୦୨୦; କପ୍‌, ଜ୍ୟାକେଟ ଓ ମାସକଟ୍ କୁ ଲୋକାର୍ପିତ କଲେ ମୁଖମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସଭା ଭବନରେ ଆୟୋଜିତ ଏକ ସଂକ୍ଷିପ୍ତ ଉତ୍ସବରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ(ଏସଡିସି) ଫୁଟବଲ ୨୦୨୦ର କପ୍‌, ଜ୍ୟାକେଟ୍ ଏବଂ ମାସକଟ୍ ଲୋକାର୍ପିତ କରିଛନ୍ତି ।

ରାଜ୍ୟର ନଅ ଗୋଟି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ୧୦ଟି ଫୁଟବଲ ଦଳ ମଧ୍ୟରେ ଫେବୃଆରୀ ୧୪ ତାରିଖରୁ ପ୍ରତିଯୋଗିତା ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲୁ ରହିଛି । ଏଥିରେ ରାଜ୍ୟର ୬୦୦୦ ଜନଜାତି ପିଲା ଅଂଶଗ୍ରହଣ କରିଛନ୍ତି । ମାର୍ଚ୍ଚ ୫ ତାରିଖ ଦିନ କଟକ ବାରବାଟୀ ଷ୍ଟାଡିୟମ୍ ରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାର ମାସକଟ୍ ଭାବରେ ଗୁଣ୍ଡୁଚି ମୂଷାକୁ ଚୟନ କରାଯାଇଛି ।

ଆଜିର କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଜନଜାତି ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାଇକା, କ୍ରୀଡାମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା, ଉନ୍ନୟନ କମିଶନର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।