ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଭୁବନେଶ୍ୱର: ମନ୍ତ୍ରୀମାନେ ଦେଇଥିବା ମାସିକିୟା ରିପୋର୍ଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ, ଆପଣମାନେ କାମ ବିଷୟରେ ତଥ୍ୟ ହାସଲ କରିବା ସହ ଏହା କିଭଳି କାର୍ଯ୍ୟକାରୀ ହେଉଛି ତାହା ଅନୁଧ୍ୟାନ...

ଭୁବନେଶ୍ୱର: ମନ୍ତ୍ରୀମାନେ ଦେଇଥିବା ମାସିକିୟା ରିପୋର୍ଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ, ଆପଣମାନେ କାମ ବିଷୟରେ ତଥ୍ୟ ହାସଲ କରିବା ସହ ଏହା କିଭଳି କାର୍ଯ୍ୟକାରୀ ହେଉଛି ତାହା ଅନୁଧ୍ୟାନ କରନ୍ତୁ । ଏଥିସହ ନିଜ କାମକୁ ସମ୍ପ୍ରସାରିତ କରନ୍ତୁ । ଯଦ୍ୱାରା ଆପଣମାନେ କାମ ବିଷୟରେ ତୃଣମୂଳ ସ୍ତରକୁ ଯାଇପାରିବେ । ଆପଣଙ୍କ ବିଭାଗର ଅଫିସ ଓ ଅନୁଷ୍ଠାନଗୁଡିକୁ ଅନାଚକ ଭାବେ ଗସ୍ତ କରନ୍ତୁ । ଯଦ୍ୱାରା ସରକାରୀ ସେବା ତ୍ୱରାନ୍ୱିତ ହେବ । ଗସ୍ତ ସମୟରେ ଲୋକଙ୍କୁ ଭେଟନ୍ତୁ । ଲୋକଙ୍କ ସମସ୍ୟା ବୁଝନ୍ତୁ । ସରକାରୀ ସେବାକୁ ନେଇ ଲୋକଙ୍କ ଠାରୁ ସେମାନଙ୍କ ମତାମତ ଆଣନ୍ତୁ । ୫ଟି ପରିବର୍ତନ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଆପଣଙ୍କୁ ବ୍ୟକ୍ତିଗତ ଭାବରେ ଦୃଷ୍ଟି ଦେବାକୁ ହେବ । ସ୍ୱଚ୍ଛତା ଓ ଦକ୍ଷତା ପାଇଁ ସଂଗଣନା ଜରୁରୀ । ତେଣୁ ଆପଣଙ୍କ ବିଭାଗର ଶତପ୍ରତିଶତ ଯେପରି ଓଏଡବ୍ଲ୍ୟୁଏଏସ ଜରିଆରେ ହେବ, ସେଥିପ୍ରତି ଆପଣ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ ।

Spread the love
Categories
ଓଡିଶା

RELATED BY