ଜାତିଗତ ଗନଗଣନାକୁ ସ୍ୱାଗତ; ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ତେଲି ସମାଜ

ଭୁବନେଶ୍ୱର: ଜାତିଗତ ଜନଗଣନା ପାଇଁ ରାଜ୍ୟ କ୍ୟାବିନେଟରେ ସଙ୍କଳ୍ପ ପାରିତ ହୋଇଛି । ଏ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ତେଲି ସମାଜ ପକ୍ଷରୁ ସ୍ୱାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ପଛୁଆବର୍ଗର ବିକାଶ ପାଇଁ ଏଭଳି ଦୃଢ଼ ପଦକ୍ଷେପ ନେଇଥିବାରୁ ସୋମବାର ତେଲି ସମାଜର ରାଜ୍ୟ ସଭାପତି ରଘୁନାଥ ସାହୁଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ତେଲିମାନେ ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଓଡ଼ିଶାରେ ଥିବା ୭୦ଲକ୍ଷ ତେଲିମାନଙ୍କୁ ନେଇ ଏହା ଏକ ପ୍ରମୁଖ ପଛୁଆବର୍ଗ ଜାତି ଭାବେ ଜଣାଯାଏ । ଜାତିଗତ ଜନଗଣନା କରାଗଲେ ବିଭିନ୍ନ ଜାତିର ସାମାଜିକ, ଅର୍ଥନୈତିକ ଓ ଶିକ୍ଷାଗତ ଆଦି ସୂଚନା ମିଳିପାରିବ । ବିଶେଷକରି ତେଲି ଜାତି ଭବିଷ୍ୟତରେ ଏହି ସବୁ କ୍ଷେତ୍ରରେ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ଜାତିଗତ ଜନଗଣନା ସହାୟକ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିକୁ ସମାଜ ପକ୍ଷରୁ ପ୍ରଶଂସା କରାଯାଇଛି ଓ ବହୁ ସଂଖ୍ୟାରେ ତେଲିମାନେ ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଶୋଭାଯାତ୍ରାରେ ଚିଲିକାର ରାଜ୍ୟ ସଭାପତି ଓ ପୂର୍ବତନ ବିଧାୟକ ରଘୁନାଥ ସାହୁ, ଭୁବନେଶ୍ୱରର ସ୍ନେହି ସମାଜର ସଭାପତି ବିଶ୍ୱନାଥ ସୁବୁଦ୍ଧି, କୃଷ୍ଣଚନ୍ଦ୍ର ପୃଷ୍ଟି, ଡଃ ଅନନ୍ତ ଚରଣ ସାହୁ, ଡଃ ସୂର୍ଯ୍ୟନାରାୟଣ ବେହେରା, ବିପ୍ରବର ସାହୁ, ସରୋଜ କୁମାର ସାହୁ, ବନ୍ଦନା ସାହୁ, ଶ୍ରୀମତୀ ବିଣାପାନୀ ସାହୁ, ଗୁରୁକିଙ୍କର ଜେଠୀ, କାର୍ତୀକ ସାହୁ, ରାକେଶ ସାହୁ, ସରୋଜ କୁମାର ସାହୁ, ନିଧି ସାହୁ, ହୃଷିକେଶ ସାହୁ, ରବିନ୍ଦ୍ର କୁମାର ସାହୁ, ଦେବାଶିଷ ସାହୁ, ଉପେନ୍ଦ୍ର ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ ।