ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜି ହେଉଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୧୭ ସେପ୍ଟେମ୍ବର ୧୯୫୦ । ଗୁଜୁରାଟର ଭଦନଗରରେ ଏକ ମଧ୍ୟବିତ ପରିବାରରେ ଜନ୍ମ ହୋଇଥିଲେ ନରେନ୍ଦ୍ର ଦାମୋଦରଦାସ ମୋଦି । ଆଜି ସେଇ ମହାନ ବ୍ୟକ୍ତିଙ୍କର ୭୦ତମ ଜନ୍ମଦିନ । ଯିଏ କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦିଙ୍କ ନାମରେ ପରିଚିତ । ଦାମୋଦରଦାସ ମୁଲଚାନ୍ଦ ମୋଦି ଓ ପତ୍ନୀ ହୀରାବେହେନ ମୋଦିଙ୍କ ସନ୍ତାନ ମଧ୍ୟରେ ସେ ହେଉଛନ୍ତି ତୃତୀୟ ସନ୍ତାନ ।

ଏକ ସାଧାରଣ ପରିବାରରେ ଜନ୍ମ ହୋଇ ଆଉ ରେଲୱେ ଷ୍ଟେସନରେ ଚାହା ବିକ୍ରି କରୁଥିବା ବ୍ୟକ୍ତି ଏବେ ଦେଶର ପ୍ରଧାନମନ୍ତ୍ରୀ । ଆଜି ତାଙ୍କର ଜନ୍ମଦିିନ । ସେ ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ଓଙ୍ଗିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଚ୍ଚାଇଛନ୍ତି । ମୁଖ୍ୟମନ୍ତ୍ରୀ ନିଜର ଟୁଇଟରରେ ଲେଖିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ଆପଣ ଉତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ସହିତ ଆଶୀର୍ବାଦ ହୁଅନ୍ତୁ ।