ଭେଟେରାନ ଅଭିନେତା ଅଜିତ ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଭେଟେରାନ ଓଡିଆ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଅଜିତ ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ଅଜିତ ଦାସଙ୍କୁ ଜଣେ ମହାନ ପ୍ରତିଭା ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେ ବହୁମୁଖୀ ଅଭିନେତା ତଥା ନିର୍ଦ୍ଦେଶକ ଭାବରେ ଓଡିଆ ଚଳଚ୍ଚିତ୍ର ଜଗତରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛନ୍ତି ।

ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ନାଟକ ବିଭାଗର ଜଣେ ପୂର୍ବତନ ମୁଖ୍ୟ ଅଜିତ ଦାସଙ୍କ ଦେହାନ୍ତ ହେବା ଓଡିଆ ଚଳଚ୍ଚିତ୍ର ଶିଳ୍ପରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି ଯାହା ପୂରଣ କରିବାକୁ ବର୍ଷ ବର୍ଷ ଲାଗିବ । ଅଜିତ ଦାସ ଓଡିଶାର ଅସଂଖ୍ୟ ସିନେ ପ୍ରେମୀଙ୍କ ହୃଦୟରେ ଜୀବିତ ରହିବେ । ଏହାସହ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।