ଭୁବନେଶ୍ୱର: ଓଡ଼ିଶା ପୋଲିସର କୋଭିଡ୍ ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସା । ବର୍ତ୍ତମାନ ସୁଦ୍ଧା ଶହେ ଜଣ ପୋଲିସ କର୍ମଚାରୀ ପ୍ଲାଜମା ଦାନ କଲେଣି । ଏହି ମହାନତା ପାଇଁ ସେମାନଙ୍କୁ ତାରିଫ କରିଛନ୍ତି ମୁଖ୍ୟମନ୍ତ୍ରୀ ।
Appreciate the gesture of 100 #CovidWarriors from @odisha_police who have come forward to donate plasma and save precious lives. This will inspire other eligible plasma donors and boost confidence of people who are fighting the #COVID19 battle.#OdishaCares https://t.co/D4WjztvPY8
— CMO Odisha (@CMO_Odisha) September 2, 2020
ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଓଡ଼ିଶା ପୋଲିସ କୋଭିଡ ଯୋଦ୍ଧା ପ୍ଲାଜମା ଦାନ କରି ଅନ୍ୟମାନଙ୍କ ପ୍ରତି ପ୍ରେରଣାର ଉତ୍ସ ପାଲଟିଛନ୍ତି । ଯେଉଁମାନେ କୋଭିଡ ସହ ଲଢୁଛନ୍ତି ସେମାନଙ୍କ ମନୋବଳ ବଢ଼ାଇବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଲୋକଙ୍କ ପାଇଁ କାମ କରିବା ବେଳେ ଭୂତାଣୁ ସଂକ୍ରମିତ ହେଉଛନ୍ତି କୋଭିଡ ଯୋଦ୍ଧା। ସୁସ୍ଥ ହେବା ପରେ ପ୍ଲାଜମା ଦାନ କରି ଗୁରୁତର କରୋନା ରୋଗୀଙ୍କ ଜୀବନ ବଞ୍ଚାଉଛନ୍ତି ।