ଗ୍ରାମୀଣ ଅର୍ଥନୈତିକ ସ୍ଥିତିର ପୂନରୁଦ୍ଧାର ନିମନ୍ତେ କୋଭିଡ୍ ୧୯ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: କରୋନା ମହାମାରୀରେ କ୍ଷତିଗ୍ରସ୍ଥ ହୋଇଥିବା ଗ୍ରାମାଞ୍ଚଳ ଜୀବନ ଜୀବିକାର ବିକାଶ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ-୧୯ ସହାୟତା ପ୍ୟାକେଜକୁ ଅନୁମୋଦନ କରିଛନ୍ତି। ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଓ ଅତିଗରିବ ପରିବାରମାନଙ୍କ ଜୀବିକା ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଯଥା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଇତ୍ୟାଦି ଏହି ଦିଗରେ କାର୍ଯ୍ୟ କରିବେ। ଗ୍ରାମାଞ୍ଚଳରେ ବସବାସ କରୁଥିବା ଗରିବ ଓ ଅତିଗରିବ ପରିବାର ତଥା ପ୍ରବାସୀ ଫେରନ୍ତାଙ୍କ ଜୀବିକା ବିକାଶ କରିବା ନିମନ୍ତେ ବିଭିନ୍ନ ବିଭାଗ ପଞ୍ଚାୟତ ରାଜ, ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗ, ମହିଳା ଓ ଶିଶୁ ବିକାଶ ଚାରୋଟି ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜର ବ୍ୟବସ୍ଥା କରାଯାଇଛି।

ଏହା ଦ୍ୱାରା ଗ୍ରାମୀଣ ଅଣୁ ଏବଂ କ୍ଷୁଦ୍ର ଉଦ୍ୟୋଗ କୁଶଳୀ ଓ ଅର୍ଦ୍ଧକୁଶଳୀ ପ୍ରବାସୀ ଫେରନ୍ତା, କୃଷି ଏବଂ ଅଣ କୃଷିକ୍ଷେତ୍ରରେ କାର୍ଯ୍ୟ କରୁଥିବା ଉତ୍ପାଦକ ତଥା ଉଦ୍ୟୋଗଗୋଷ୍ଠୀମାନେ ଏହା ଦ୍ୱାରା ଉପକୃତ ହୋଇପାରିବେ ଯାହାକି ରାଜ୍ୟର ଆର୍ଥିକସ୍ଥିତିକୁ ସୁଦୃଢ଼ କରିପାରିବ।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଗୋଷ୍ଠୀ ଭିତ୍ତିକ ସଂସ୍ଥା ଯଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଆଞ୍ଚଳିକ ମଞ୍ଚ ଗ୍ରାମ ପଞ୍ଚାୟତସ୍ତରୀୟ ସଂଘ ଉଦ୍ୟୋଗ ତଥା ଉତ୍ପାଦକ ଗୋଷ୍ଠୀ ଏହି ପ୍ୟାକେଜକୁ କାର୍ଯ୍ୟକାରୀ କରିବା ନିମନ୍ତେ ସହାୟତା ପ୍ରଦାନ କରିବେ। ଏହି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣାର ୬ମାସ ପର୍ଯ୍ୟନ୍ତ ବୈଧ ରହିବ। ଏହି ବାବଦରେ ଆଞ୍ଚଳିକ ମଞ୍ଚ, ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ପାଖରେ ମହଜୁଦ ଥିବା ବଳକା ଅର୍ଥ ରାଶି ଆନୁମାନିକ ୨୦୦କୋଟି ଟଙ୍କା ଖର୍ଚ୍ଚ କରାଯିବାର ଲକ୍ଷ ରଖାଯାଇଛି।