ମନ୍ତ୍ରୀ ସୁଶାନ୍ତଙ୍କ କରୋନା ପଜିଟିଭ ଚିହ୍ନଟ ପରେ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଟୁଇଟ୍‌ କରି ନିଜେ ସୂଚନା ଦେଇଥିଲେ। ଏହି ସୂଚନା ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଶାନ୍ତ ସିଂହଙ୍କ ସହିତ କଥା ହୋଇ ତାଙ୍କର ଆଶୁ ଅରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି, ମୋର କ୍ୟାବିନେଟ୍ ସହଯୋଗୀ ସୁଶାନ୍ତ ସିଂ କରୋନା ପଜିଟିଭ୍ ଚିହ୍ନଟ ହେବା ନେଇ ମୁଁ ଚିନ୍ତିତ।  ତାଙ୍କ ସହିତ କଥା ହେଲି ଏବଂ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି।

ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ସୁଶାନ୍ତ ସିଂ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏବେ ସେ ସୁସ୍ଥ ଥିବା ସହ ହୋମ କ୍ୱାରେଣ୍ଟିନରେ ରହିଥିବା ଟ୍ୱିଟ କରି ଜଣେଇଛନ୍ତି ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତେ ସଂଗରୋଧରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି।