ବନ୍ୟା ବିପତ୍ତି ଆଟଲାସ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଏକ ବନ୍ୟା ବିପତ୍ତି ଆଟଲାାସ (Flood Hazard Atlas for Odisha) ଉନ୍ମୋଚନ କରିଛନ୍ତି। ଏହି ଆଟଲାସକୁ ଉନ୍ମୋଚିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାରେ ଏକ ନିୟମିତ ପ୍ରାକୃତିକ ବିପର୍ଯ୍ୟୟ ଭାବେ ବନ୍ୟା ପ୍ରତିବର୍ଷ ଅନେକ ଧନଜୀବନ ଓ ଜୀବିକା ନଷ୍ଟ କରୁଛି।

ଏହି ଆଟଲାସ ଦ୍ୱାରା ରାଜ୍ୟର ସ୍ୱତନ୍ତ୍ର ବିପତ୍ତି ଅଞ୍ଚଳଗୁଡ଼ିିକ ଚିହ୍ନଟ କରାଯାଇ ଏହାର ମୁକାବିଲା କରିବା ପାଇଁ ଉପଯୁକ୍ତ ଯୋଜନା ଓ ପ୍ରସ୍ତୁତି କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମତ ବ୍ୟକ୍ତ କରିଛନ୍ତି। ବନ୍ୟା ପରିଚାଳନାରେ ଏହି ଆଟଲାସ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।