ଗଣେଷ ପୂଜା ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ବର: ‘ବକ୍ର ତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭଃ । ନିର୍ବିଘ୍ନଂ କୁରୁମେ ଦେବଃ ସର୍ବ କାର୍ଯ୍ୟେ ସୁ ସର୍ବଦା ‘। ଆଜି ହେଉଛି ପବିତ୍ର ଗଣେଶ ପୂଜା। ହିନ୍ଦୁଙ୍କ ପ୍ରମୁଖ୍ୟ ଦେବତାଙ୍କ ମଧ୍ୟରୁ ସେ ହେଉଛନ୍ତି ଅଗ୍ରପୂଜ୍ୟ ଭଗବାନ। ଏହି ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

”ପବିତ୍ର ଗଣେଶ ଚତୁର୍ଥୀରେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଜ୍ଞାନର ଦେବତା, ବିଘ୍ନନାସନ ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରୁ ସମସ୍ତଙ୍କ ବିଦ୍ୟାର ଭଣ୍ଡାର ପରିପୂର୍ଣ୍ଣ ହେବା ସହିତ ଜୀବନ ସୁଖ ଓ ସମୃଦ୍ଧିମୟ ହେଉ” ବୋଲି ସେ ଟ୍ବିଟ କରି ଲେଖିଛନ୍ତି ।