ରକ୍ଷା ବନ୍ଧନରେ କାହିଁକି ଇମୋସନାଲ ହଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଢନ୍ତୁ ପୁରା ଖବର

ଭୁବନେଶ୍ୱର : ରକ୍ଷା ବନ୍ଧନ ସମୟରେ ନବୀନ ନୀବାସରେ ଜଣେ ମହିଳା କର୍ମୀ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷି ବାନ୍ଧିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଏକ ଫଟୋ ପ୍ରଦାନ କରିଛନ୍ତି । ଏହା ଫଟୋ ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିଲାବେଳର ଏକ କଳାଧଳା ଫଟୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ପିଲାବେଳର ଫଟୋରେ ତାଙ୍କ ବଡ ଭାଇ ପ୍ରେମ ପଟ୍ଟନାୟକ ଓ ଭଉଣୀ ଗୀତା ମେହେଟ୍ଟା ଅଛନ୍ତି । ମଝିରେ ଭଉଣୀ ଗୀତା ମେହେଟ୍ଟା ଥିବାବେଳେ ବାମପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଡାହଣ ପଟେ ବଡ ଭାଇ ପ୍ରେମ ପଟ୍ଟନାୟ ଠିଆ ହୋଇଛନ୍ତି । ଏହି ଫଟୋ ଦେଖି ମୁଖ୍ୟମନ୍ତ୍ରୀ ହଟାତ ଇମୋସନାଲ ହୋଇଯାଇଥିଲେ ବୋଲି ଗଣମାଧ୍ୟମକୁ ମହିଳା କର୍ମୀ କହିଛନ୍ତି ।

ସକାଳୁ ସକାଳୁ ସବୁ ବର୍ଗର ଲୋକଙ୍କ ପାଇଁ ଖୋଲି ଯାଇଥିଲା ନବୀନ ନିବାସ । ସ୍କୁଲ, କଲେଜ ପିଲାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନର ମହିଳା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ରାଖି ବାନ୍ଧିଥିଲେ ।