୫-ଟିର ସଚିବ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ନୂଆ ଦାୟୀତ୍ବ ଦେଇଛନ୍ତି ରାଜ୍ୟସରକାର । ମୁଖ୍ୟମନ୍ତ୍ରୀଙ୍କ ୫-ଟି ( ଟ୍ରାନ୍ସଫର୍ମେସନ ଆଣ୍ଡ ଇନିସିଏଟିଭସ୍) ସଚିବ ଭାବେ ସେ ଅତିରିକ୍ତ ଦାୟୀତ୍ବ ନିର୍ବାହକରିବେ।  ଶ୍ରୀ କାର୍ତ୍ତିକେୟନ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ  ବ୍ୟକ୍ତିଗତ ସଚିବ ଦାୟୀତ୍ବ ତୁଲାଇବା ସହ ଏହି ନୂଆ ଦାୟୀତ୍ବରେ ରହିବେ ।

୨୦୦୦ ବ୍ୟାଚର ଆଇଏଏସ ଅଫିସର ଭି. କାର୍ତ୍ତିକେୟନ ପାଣ୍ଡିଆନ ୨୦୧୧ରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇ ଦକ୍ଷତାର ସହ ଦାୟୀତ୍ବ ତୁଲାଉଛନ୍ତି ।

ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫-ଟି ଉପରେ ଗୁରୁତ୍ବ ଦେଉଛନ୍ତି । ଟେକ୍ନୋଲୋଜି, ଟ୍ରାନ୍ସଫରରେନ୍ସି, ଟିମ୍ଓ୍ବାକ, ଟ୍ରାନ୍ସଫର୍ମେସନ ଓ ଟାଇମକୁ ଆଖିରେ ରଖି ରାଜ୍ୟର ବିକାଶ ଓ ରାଜ୍ୟବାସୀଙ୍କ ଲାଗି ସରକାରୀ ଅଧିକାରୀ ଓ ମନ୍ତ୍ରୀ କାମ କରିବା ଉପରେ ଗୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଉଛନ୍ତି । ତେଣୁ ତାଙ୍କ ଦକ୍ଷତାକୁ ଦେଖି ମୁଖ୍ୟମନ୍ତ୍ରୀ ଏହି ଦାୟୀତ୍ବ ଦେଇଥିବାରୁ  ବିଭାଗର ସଚିବ ଭାବେ  ୫-ଟି ସଠିକ କାର୍ଯ୍ୟକାରୀ କରିବାର ଦାୟୀତ୍ବ  ଭି. କାର୍ତ୍ତିକେୟନ ପାଣ୍ଡିଆନ ନିର୍ବାହ କରିବେ ବୋଲି କୁହାଯାଉଛି ।