ରାଜ୍ୟବାସୀଙ୍କୁ ନୂଆଁଖାଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ଉତ୍ସବମୁଖର ଚଳଚଞ୍ଚଳ ସମଗ୍ର ପଶ୍ଚିମ ଓଡିଶା । ଏହି ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ ଜରିଆରେ ନୂଆଁଖାଇ ଅଭିନନ୍ଦନ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଟ୍ବିଟରରେ ଉଲ୍ଲେଖ କରିଛନ୍ତି ଯେ, ନୂଆଁଖାଇ ଅବସରରେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ରାଜ୍ୟର କୃଷକ ଭାଇଭଉଣୀଙ୍କ ସମୃଦ୍ଧି କାମନା କରିବା ସହିତ ମା’ ସମଲେଇଙ୍କ ଆଶୀର୍ବାଦରୁ ଆମ ରାଜ୍ୟ ଓଡ଼ିଶା ଆହୁରି ପ୍ରଗତିଶୀଳ ହେଉ। ସଭିଙ୍କୁ ମୋର ନୂଆଁଖାଇ ଜୁହାର । ମୁଖ୍ୟମନ୍ତ୍ରୀ ଓଡିଆରେ ଟ୍ବିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ନୂଆଁଖାଇର ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ।