ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ, ସମର୍ଥନ କଲେ ବିରୋଧୀ

ଭୁବନେଶ୍ୱର: ପ୍ରଦୀପ ମହାରଥୀଙ୍କ ପାଇଁ ଗୃହରେ ଶୋକ ପ୍ରସ୍ତାବ ଆଗତ । ଶୋକ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପ୍ରସ୍ତାବକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସମର୍ଥନ କରିଛନ୍ତି ।

ଶୋକ ପ୍ରସ୍ତାବକୁ ସମର୍ଥନ କରି ଦୁଃଖିତ ଓ ମର୍ମାହତ ବୋଲି ବିବୃତି ରଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ମହାରଥୀଙ୍କ ବିୟୋଗରେ ତାଙ୍କ ପରିବାର ଓ ରାଜନୀତିରେ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ପ୍ରଦୀପ୍ତ । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଶୋକ ପ୍ରସ୍ତାବକୁ ସମର୍ଥନ କରିଛନ୍ତି।

ସ୍ୱର୍ଗତ ମହାରଥୀ କେବଳ ଜଣେ ସଫଳ ରାଜନେତା ନ ଥିଲେ ବରଂ ଜଣେ ସଫଳ ଚାଷୀ ମଧ୍ୟ ଥିଲେ। ସର୍ବସାଧାରଣରେ ସେ ଜଣେ ଜନପ୍ରିୟ ନେତା ଥିଲେ । ଲୋକଙ୍କ ସୁରକ୍ଷା ପାଇଁ ସେ ସବୁ ସ୍ତରକୁ ଯାଉଥିଲେ । ପ୍ରଥମ ଦିନରୁ ହିଁ ସେ ମୋତେ ଭାଇନା ବୋଲି ସମ୍ବୋଧନ କରୁଥିଲେ ଓ ମୁଁ ତାଙ୍କୁ ସାନ ଭାଇ ଭାବେ ଦେଖୁଥିଲି । ଏ ସମ୍ପର୍କ ଚିରଦିନ ପାଇଁ ରହିବ । ୧୯୯୦ ମସିହାରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ସରକାର ଗଠନ ପରେ ଏକ ଘଟଣାବଳୀକୁ ଉପସ୍ଥାପନ କରି ତାଙ୍କର ଜନପ୍ରିୟତା ସମ୍ପର୍କରେ ଗୃହକୁ ଅବଗତ କରାଇଥିଲେ । ଅଭିନୟ କ୍ଷେତ୍ରରେ ମଧ୍ୟ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା ।