ନବୀନଙ୍କ ଫୋକସରେ ପଶ୍ଚିମ ଓଡିଶା : କଳାହାଣ୍ଡିରୁ ଦେବେ ବିକାଶର ବାର୍ତ୍ତା

ଭୁବନେଶ୍ବର : କଳାହାଣ୍ଡିର ଜୟପାଟଣା ମଙ୍ଗଳପୁରରେ ୧୪ ତାରିଖରେ ୭୫୬ କୋଟି ଟଙ୍କାର ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା କଟକଣା ପରେ ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ ସାଧାରଣ  କାର୍ଯ୍ୟକ୍ରମ । କାଯ୍ୟକ୍ରମରେ ୧୫ରୁ ଅଧିକ ମନ୍ତ୍ରୀ ଓ ୬୦ ବିଧାୟକଙ୍କ ସମେତ ନିଗମର ଅଧ୍ୟକ୍ଷ ଓ ଦଳୀୟ ନେତା ଯୋଗ ଦେବେ।

ନବୀନଙ୍କ  ଫୋକସରେ ପଶ୍ଚିମ ଓଡିଶା । କରୋନା କଟକଣା ପରେ କଳାହାଣ୍ଡିରୁ ବିକାଶର ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।୧୪ ତାରିଖରେ କଲାହାଣ୍ଡିର ଜୟପାଟଣା ବ୍ଲକ ମଙ୍ଗଳପୁର ଠାରେ ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ । ୭୫୬ କୋଟି ଟଙ୍କା ବ୍ୟୟରେ  ନିର୍ମିତ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜିଲ୍ଲାର ଜଳସେଚନ ସମସ୍ୟା  ସୁଧାର ଆସିପାରିବେ ।  କୋକସରା ଏବଂ ଧର୍ମଗଡ ବ୍ଲକର ୨୫ ହଜାର ୨୭୫  ହେକ୍ଟର ଜମିକୁ ଜଳସେଚନ କରାଯାଇପାରିବ । ବିଶେଷ କରି ଇନ୍ଦ୍ରାବତୀ ବହୁ ମୁଖୀ ଜଳ ପ୍ରକଳ୍ପ ଜଳସେଚନ ରୁ ଉଚ୍ଚ ରେ ଥିବା ୪୩ଗୋଟି ପଚଂ।ୟତ ୯୦ଟି ଗାଁ ଜଳସେଚନରୁ ବଚିଂତ ହେଉଥିବା ବେଳେ ଏବେ ଏହି ପ୍ରକଳ୍ପରୁ ସେମାନଙ୍କୁ ଫାଇଦା ମିଳିବ।

କରୋନା ପରେ ନବୀନଙ୍କ ଏହା ପ୍ରଥମ ସର୍ବସାଧାରଣ କାର୍ଯ୍ୟକ୍ରମ ହୋଇଥିବାରୁ ଏହାକୁ ସଫଳ କରିବାକୁ ଅଣ୍ଟା ଭିଡିଛି ବିଜେଡି। ସଭାରେ ୧୫ ମନ୍ତ୍ରୀ,୬୦ରୁ ଅଧିକ ବିଧାୟକଙ୍କ  ସମେତ   ସରକାରଙ୍କ ଭିଭିନ୍ନ ନିଗମର ଅଧ୍ୟକ୍ଷ ଯୋଗ ଦେବେ। ଏଥି ସହିତ ଜିଲ୍ଲା ଓ ରାଜ୍ୟର ସଙ୍ଗଠନର ବରିଷ୍ଠ ନେତାମାନେ ମଧ୍ୟ  ଉପସ୍ଥିତ ରହିବେ। ଏଥିପାଇଁ ସଭା ସ୍ଥଳରେ ୩ଟି ମଞ୍ଚ ପ୍ରସ୍ତୁତ କରାଯିବ। ଜୟପାଟଣା ମଗଂଳପୁର ପମ୍ପ ହାଉସ ପରିସରରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ସଭାରେ ୨୫ ଶହ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ଚାଷୀ ସାମିଲ ହେବେ। ଜିଲ୍ଲା ର ୩୧୦ ଟି ପଞ୍ଚାୟତରେ ଏଲଇଡି ମାଧ୍ୟମ ରେ କାର୍ଯ୍ୟକ୍ରମର ସିଧା ପ୍ରସାରଣର ବ୍ୟବସ୍ଥା କରାଯାଇଛି। ପୂରା କାର୍ଯ୍ୟକ୍ରମ ତଦାରଖ କରିବା ଲାଗି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଜେଡି ସଂଗଠନ ସଂପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ପ୍ରମୁଖ, ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।