‘ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପ’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

‘ବିନ୍ଦୁ ସାଗର ଜଳକୁ ସ୍ୱଚ୍ଛ ରଖିବା ଆମର ନୈତିକ ଦାୟିତ୍ୱ’ : ମହାପ୍ରଭୁଙ୍କ ନୀତି ସହ ବିନ୍ଦୁସାଗରର ସମ୍ପର୍କ ରହିଛି- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ‘ସ୍ବଚ୍ଛ ବିନ୍ଦୁସାଗର ପ୍ରକଳ୍ପ’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶନିବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱରର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଅଶୋକ ପଣ୍ଡା ପ୍ରମୁଖ ବିନ୍ଦୁସାଗର କୂଳରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସହଯୋଗ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଏବଂ IOCLକୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ମହାପ୍ରଭୁଙ୍କ ନୀତି ସହ ବିନ୍ଦୁସାଗରର ସମ୍ପର୍କ ରହିଛି । ଭୁବନେଶ୍ବରବାସୀଙ୍କ ସଂସ୍କୃତି, ପରମ୍ପରା ସହ ଜଡ଼ିତ ବିନ୍ଦୁସାଗର । ବିନ୍ଦୁସାଗର ଜଳକୁ ସ୍ବଚ୍ଛ ରଖିବା ଆମର ନୈତିକ ଦାୟିତ୍ବ ବୋଲି କହିଛନ୍ତି ନବୀନ । ଏଣୁ ଏ ଦିଗରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଭୁ ଲିଙ୍ଗରାଜଙ୍କ ପବିତ୍ର ପୁଷ୍କରିଣୀ ବିନ୍ଦୁସାଗରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଆଇଓସିଏଲ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ ୭୦ଲକ୍ଷ ଟଙ୍କା ପ୍ରଦାନ କରିଛି । ଏହି ପ୍ରକଳ୍ପ କାର୍ଯ୍ୟ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଟେକ୍ନୋଲୋଜି -ଆଇସିଟି ଏବଂ ଓଡ଼ିଶା ବ୍ରିଜ୍ କର୍ପୋରେସନର ମିଳିତ ତଦାରଖରେ ସମ୍ପନ୍ନ ହେବ । ଏନେଇ ପୁଷ୍କରିଣୀର ଚତୁଃପାର୍ଶ୍ବରେ ୪ଟି ପମ୍ପିଂ ସିଷ୍ଟମ ସ୍ଥାପନ କରାଯାଇଛି ।

cm naveen patnaik inaugurated swachh bindu sagar project at bhubaneswar