ବିଜେବି କଲେଜରେ ୬୦୦ ଓ ୫୮୫ ଶଯ୍ୟା ବିଶିଷ୍ଟ ଛାତ୍ରାବାସ-ଛାତ୍ରୀ ନିବାସ ଭିତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେବି କଲେଜର ନବୀକରଣ ପାଇଁ ଭିତିପ୍ରସ୍ତର ସ୍ଥାପନ କରିବା ସହ ନୂତନ କ୍ୟାଂଟିନର ଉଦଘାଟନ କରିଛନ୍ତି। ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରି ଅରୁଣ ସାହୁ ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ କଲେଜରେ ପ୍ରବେଶ କରିବା ସମୟରେ ଛାତ୍ରଛାତ୍ରୀମାନେ ତାଙ୍କୁ ମାନବଶୃଙ୍ଖଳ ଜରିଆରେ ସ୍ଵାଗତ କରିଥିଲେ। ପ୍ରଥମେ ନବୀନ କ୍ୟାମ୍ପସରେ ଥିବା ମହାତ୍ମା ଗାନ୍ଧୀ ଓ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ଏହା ପରେ କଲେଜରେ ୬୦୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ, ୫୮୫ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଓ ମୁଖ୍ୟ ପ୍ରବେଶ ପଥ ନବୀକରଣ ଲାଗି ଭିତିପ୍ରସ୍ତର ସ୍ଥାପନା କରିଛନ୍ତି।