ଭିତରକନିକାରେ ‘ଅରଣ୍ୟ ନିବାସ’ ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି  ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ପର୍ଯ୍ୟଟନ ବିଭାଗ ତରଫରୁ ଭିତରକନିକାରେ ‘ଅରଣ୍ୟ ନିବାସ’ ର ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର,ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ୍ ଆର୍. ଯାଦବ, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ,ମହିଳା ଶିଶୁ ବିକାଶ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଉପଦେଷ୍ଟା ସୁଲଚନା ଦାସ, ବିଜେଡ଼ି ମୁଖପାତ୍ର ସୁଲତା ଦେଓ, କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା, ବିଜେଡି ନେତ୍ରୀ ଏଲିନା ଦାଶ ମଧ୍ୟ ଉପସ୍ଥିତ ଥିଲେ।

ରାଜ୍ୟ ତଥା ରାଜ୍ୟ ବାହାର କିମ୍ବା ବିଦେଶୀ ପର୍ଯ୍ୟଟକଙ୍କ ହାତପାହାନ୍ତାରେ ସମସ୍ତ ସୁବିଧା ସୁଯୋଗ ଓ ରହଣୀ ସହ ସେମାନଙ୍କୁ ଭିତରକନିକା ଜାତୀୟ ଉଦ୍ୟାନରେ ମନୋରମ ବେଳାଭୂମିର ସୌନ୍ଦର୍ଯ୍ୟ ଉପଭୋଗ ପ୍ରଦାନ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ବେଶ୍ ସହାୟକ ହେବ। ଯେଉଁମାନେ ଭିତରକନିକା ର ଅରଣ୍ୟ ନିବାସ ରେ ରାତ୍ରିଯାପନ କରିବାକୁ ଚାହୁଁଛନ୍ତି, ଆସନ୍ତାକାଲି ଠାରୁ www.panthanivas.com ରେ ବୁକିଂ କରିପାରିବେ ।

ବର୍ତ୍ତମାନ ଅରଣ୍ୟ ନିବାସ ରେ ମୋଟ୍ ୧୨ ଟି ରୁମ୍ ର ବ୍ୟବସ୍ଥା କରାଯାଇଛି । ଭୋଜନ ପାଇଁ ଏକ ରେଷ୍ଟୁରାଣ୍ଟ ର ବ୍ୟବସ୍ଥା ରହିଛି ଯେଉଁଠି ଯେକୌଣସି ପର୍ଯ୍ୟଟକ ସୁସ୍ୱାଦୁ ଓଡ଼ିଆ ଖାଦ୍ୟ ମଧ୍ୟ ଖାଇପାରିବେ ।

cm naveen patnaik inagurate aranya nibas at bhitarakanika