ଶ୍ରୀଜଗନ୍ନାଥଙ୍କ ବିକାଶ କାର୍ଯ୍ୟକୁ କେହି ରୋକି ପାରିବେନି : ମୁଖ୍ୟମନ୍ତ୍ରୀ

NMA ବାଇ ଲ’ କୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧ,କେନ୍ଦ୍ରକୁ କଡା ସନ୍ଦେଶ

ପୁରୀ :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମଏ) ଦ୍ୱାରା ଜାରି ବିଜ୍ଞପ୍ତିକୁ ବିରୋଧ କରିଛନ୍ତି ।  ଏନଏମଏକୁ ଚିଠା ପ୍ରସ୍ତାବ ବାତିଲ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ପୁରୀରେ କେନ୍ଦ୍ରକୁ କଡା ସନ୍ଦେଶ ଦେଇଛନ୍ତି ନବୀନ । ସେ କହିଛନ୍ତି ଯେ, ଶ୍ରୀମନ୍ଦିରକୁ ନେଇ ପ୍ରସ୍ତାବିତ ବାଇ ଲ’ ସଂପୂର୍ଣ୍ଣ ଅବାସ୍ତବ । ଏହା ତୁରନ୍ତ ପ୍ରତ୍ୟାହାର ହେବା ଆବଶ୍ୟକ  । ଶ୍ରୀଜଗନ୍ନାଥଙ୍କ ବିକାଶ କାମକୁ କେହି ରୋକି ପାରିବେନି  ।
କୋଭିଡ୍ କାଳ ପରେ ପ୍ରଥମ ଥର ପାଇଁ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ପୁରୀରେ ପହଂଚିଥିଲେ । ହେଲିପ୍ୟାଡରୁ କାର ଯୋଗେ ସେ ବଡଦାଣ୍ଡରେ ପହଂଚିଥିଲେ । ମୁଖ୍ୟମନ୍ତ୍ରୀ ବଡଦାଣ୍ଡରେ ପହଂଚିବା ପରେ ତାଙ୍କୁ ସ୍ୱାଗତ କରି ଭକ୍ତ ଜୟ ଜଗନ୍ନାଥର ଧ୍ୱନୀ ଦେଇଥିଲେ । ବଡଦାଣ୍ଡରେ ଉପସ୍ଥିତ ଥିବା ଭକ୍ତଙ୍କ ଅଭିବାଦନକୁ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ । ଗର୍ଭଗୃହରେ ସେ ଶ୍ରୀଜିଉଙ୍କ ଦର୍ଶନ କରିଥିଲେ । ଦର୍ଶନ ସାରିବା ପରେ ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟ ରଖିଥିଲେ ।

cm naveen patnaik demands to withdraw nma by laws of puri sri mandir