ନବୀନଙ୍କ ବଡ ପଣ : ବିରୋଧ କରୁଥିବା ବିଜେପି ବିଧାୟକଙ୍କୁ ସସମ୍ନାନେ ନବୀନ ନିବାସକୁ ପାଛୋଟି ନେଲେ

ଦେଶ ରାଜନୀତିରେ ନୂଆ ଉଦାହରଣ ସୃଷ୍ଟି କଲେ ନବୀନ

ଭୁବନେଶ୍ୱର  : ସରକାରଙ୍କ ବିରୋଧରେ ନାରା ବାଜି କରି ଘର ସାମ୍ନାରେ ବିରୋଧ କରୁଥିବା ବିରୋଧୀଙ୍କୁ ନିଜେ ମୁଖ୍ୟମନ୍ତ୍ରୀ ନିଜ ଘରକୁ ପାଛୋଟି ନେବା କେବଳ ରାଜ୍ୟ ନୁହେଁ ସାରା ଦେଶର ରାଜନୀତିରେ ଆଜି ଆଉ ଏକ ନୂଆ ଉଦାହରଣ ସୃଷ୍ଟି କରିଛି । ଆଉ ଏଥିପାଇଁ ସାରା ଦେଶରେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଏମିତି ଉଦାହରଣ ଦେଖିବାକୁ ମିଳିଥିଲା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ ଆଗରେ । ବିଜେଡି ସରକାରଙ୍କୁ ଓ ଦଳକୁ ସମାଲୋଚନା କରି ନାରାବାଜି ଦେଇ ନବୀନ ବିଧାନସଭାରୁ ନବୀନ ନିବାସ ଆସିଥିଲେ ରାଜ୍ୟରେ ବିିରୋଧୀ ଦଳରେ ଥିବା ବିଜେପି ବିଧାୟକମାନେ । ପ୍ରତିବାଦ କରି ନବୀନ ନିବାସ ଆଗରେ ଧାରଣା ବି ଦେଇଥିଲେ । କିନ୍ତୁ ବିରୋଧୀଙ୍କ ଏତେ ସବୁ ଆଚରଣ ପରେ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଆସି ବିରୋଧୀଙ୍କୁ ସସମ୍ନାନେ ନବୀନ ନିବାସ ଭିତରକୁ ପାଛୋଟିନେବା ଦୃଶ୍ୟ ତାଙ୍କ ବଡପଣକୁ ପୁଣି ଥରେ ପ୍ରମାଣିତ କରିଛି । ଏମିତିକି ଶାସକ ଦଳର ସଦସ୍ୟ ମାନେ ବି ବିରୋଧୀ ଦଳର ବିଧାୟକ ମାନଙ୍କୁ ମୁଣ୍ଡରେ ଫୁଲ ଚନ୍ଦନ ଦେଇ ପାଛୋଟି ନେଇଥିବା ଦେଖିକାବୁ ମିଳିଥିଲା ।

cm naveen patnaik by welcoming bjp mlas to naveen niwas

ଗୁରୁବାର ଦିନ ବିଜେପି ବିଧାୟକ ବିଧାନସଭା ଚଳାଇବା ଦାବିରେ ନବୀନ ନିବାସ ଅଭିମୁଖେ ପଦଯାତ୍ରାରେ ବାହାରିଥିଲେ । କିନ୍ତୁ ଲକ୍ଷ୍ୟ ଥିଲା ରାଜନୀତି । ନବୀନ ନିବାସରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିବା ବିଜେପି ନେତା ହଠାତ୍ ଧାରଣାରେ ବସିଗଲେ ।
କିନ୍ତୁ ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କଲେ ତାହା ଆଗାମୀ ଦିନ ପାଇଁ ଉଦାହରଣ ହୋଇ ରହିବ । ବାହାରେ ବିରୋଧୀ ବସିଥିବା ବେଳେ ସେ ଚାହିଁଥିଲେ ଘର ଭିତରେ ରହି ପାରିଥାନ୍ତେ । କିନ୍ତୁ ମୁଖ୍ୟମନ୍ତ୍ରୀ ସେମିତି କରିନଥିଲେ । ସମୟ ଥିଲା ଦିନ ସାଢେ ଗୋଟାଏ । ବିଜେପି ନେତାଙ୍କ ଧାରଣା ଆରମ୍ଭ ହୋଇସାରିଥାଏ । ବିଜେଡି ନେତା ଧାରଣାରୁ ଉଠି ନବୀନ ନିବାସ ଭିତରକୁ ଯିବାକୁ ଅନୁରୋଧ କରୁଥାନ୍ତି । କିନ୍ତୁ ବିଜେପି ନେତା ନଛୋଡ଼ବନ୍ଦା । ଏମିତିରେ କିନ୍ତୁ ବିରୋଧୀଙ୍କ ଜିଦ୍ ଦେଖି ବିଚଳିତ ହୋଇପଡ଼ି ନଥିଲେ ନବୀନ । ବରଂ ବିରୋଧୀଙ୍କୁ ସମ୍ମାନ ଦେଇ ମୁଖ୍ୟମନ୍ତ୍ରୀ ଖୋଦ୍ ଖରାରେ ଚାଲି ଚାଲି ନବୀନ ନିବାସ ବାହାରକୁ ଆସିଥିଲେ । ବିରୋଧୀ ବିଜେପି ବିଧାୟକଙ୍କୁ ସସମ୍ମାନେ ନବୀନ ନିବାସକୁ ଡାକି ନେଇଥିଲେ ।


ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟ ବିରୋଧୀଙ୍କ ରାଜନୀତିକ ରଣନୀତିକୁ ବିଫଳ କରି ଦେଇଥିଲା । ଅନ୍ୟ ଉପାୟ ନପାଇ ବିରୋଧୀ ନବୀନ ନିବାସ ଭିତରକୁ ଯିବାକୁ ବାଧ୍ୟ ହୋଇଥିଲେ ।


ଓଡ଼ିଶା ରାଜନୀତିକ ଇତିହାସରେ ହୁଏତ ପ୍ରଥମଥର ପାଇଁ ଏମିତି ଘଟିଛି । ଯେଉଁଠି ମୁଖ୍ୟମନ୍ତ୍ରୀ ନିଜେ ବାହାରକୁ ଆସି ବିରୋଧୀଙ୍କୁ ଘର ଭିତରକୁ ଡାକି ନେଇଛନ୍ତି । ଏମିତି କରି ମୁଖ୍ୟମନ୍ତ୍ରୀ ଗୋଟିଏ ସନ୍ଦେଶ ଦେଇଛନ୍ତି ତାହା ହେଉଛି ରାଜନୀତିରେ ବିରୋଧ ରହିବ କିନ୍ତୁ ଏହା ସହ ବିରୋଧୀଙ୍କୁ ସମ୍ମାନ ଦେବା ମଧ୍ୟ ଜରୁରୀ ।

cm naveen patnaik by welcoming bjp mlas to naveen niwas