ଦିଲ୍ଲୀରେ ନିର୍ବାଚନ କମିସନ୍‌ଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟକୁରା ବିଧାନସଭା ଆସନରେ ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନିର୍ବାଚନ କମିସନଙ୍କୁ ଭେଟିଛନ୍ତି। ନିର୍ବାଚନ କମିସନଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, ପାଟକୁରା ନିର୍ବାଚନ ଘୁଂଚାଇବାକୁ କମିସନଙ୍କୁ ଅନୁରୋଧ କରିଛି। ସାମୁଦ୍ରିକ ଝଡ଼ ‘ଫନି’କୁ ଦୃଷ୍ଟିରେ ରଖି ଘୁଂଚାଇବାକୁ ଅନୁରୋଧ କରିଛି। ବାତ୍ୟା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି। ନିର୍ବାଚନ କମିସନ ଗୁରୁତର ସହ ବିଚାର କରିବେ ବୋଲି ନବୀନ କହିଛନ୍ତି।