ବିମାନ କମ୍ପାନୀ ଅଧିକାରୀଙ୍କ ସହ କଲେ ଆଲୋଚନା ମୁଖ୍ୟମନ୍ତ୍ରୀ

ରାଜ୍ୟରେ ବିମାନ ଚଳାଚଳ ବୃ୍ଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ

ଭୁବନେଶ୍ବର: ରାଜ୍ୟରେ ବିମାନ ସେବାକୁ ତ୍ବରାନ୍ବିତ କରିବା ପାଇଁ ବିଭିନ୍ନ ବିମାନ କମ୍ପାନୀ ଅଧିକାରୀଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୧ଟି ବିମାନ କମ୍ପାନୀର ପ୍ରତିନିଧି ଓ ୫ ଟି ବିମାନ କମ୍ପାନୀର ସିଇଓ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ।

ରାଜ୍ୟରେ ବିମାନ ସଂଯୋଗ ବୃଦ୍ଧି ପାଇଁ ଆଜି ଭୁବନେଶ୍ୱରରେ ଏୟାରଲାଇନ୍ସ ସିଇଓଙ୍କ ସହ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ସିଙ୍ଗାପୁର, ବ୍ୟାଙ୍କକ, ଆବୁଧାବି କିମ୍ବା ଦୁବାଇକୁ ବିମାନ ଚଳାଚଳ ପାଇଁ ପ୍ରସ୍ତାବ ଦିଆଯାଇଛି । ଜୟପୁର, ରାଉରକେଲା ଓ ରାଉଲକେଲା ୩ ବିମାନବନ୍ଦରକୁ ବିମାନ ଚଳାଚଳ ନେଇ ଆଲୋଚନା ହୋଇଛି । ଜୟପୁର, ଆହ୍ଲାବାଦ ଓ ପୁଣେକୁ ବିମାନ ଚଳାଚଳ ନେଇ ଆଲୋଚନା କରାଯାଇଛି । ନୂଆ ରୁଟ୍‌ରେ ଯିବାକୁ ଥିବା ଘରୋଇ ବିମାନରେ ଟ୍ୟାକ୍ସ କମିବ । ଘରୋଇ ବିମାନ ଉଡ଼ାଣ ପାଇଁ ୧ ପ୍ରତିଶତ ଭାଟ୍‌ରେ ଇନ୍ଧନ ଯୋଗାଇ ଦିଆଯିବ ବୋଲି ଏହି ବୈଠକରେ ଆଲୋଚନା ହୋଇଛି । ଅନ୍ତର୍ଜାତୀୟ ବିମାନର ଇନ୍ଧନ ଉପରେ ଭ୍ୟାଟ୍ ଛାଡ଼ କରାଯିବ । ୧୪ଟି ବିମାନ ଚଳାଚଳ ନେଇ ରୂପରେଖ ପ୍ରସ୍ତୁତ ହେବ । ଆସନ୍ତା ୨୪ରୁ କୋଲ୍‌କାତା-ଝାରସୁଗୁଡ଼ା ବିମାନ ଉଡ଼ିବ । ୩୧ ତାରିଖରୁ ଭୁବନେଶ୍ୱର-ବାରାଣସୀ ବିମାନ ଉଡ଼ିବ । ୩୧ ତାରିଖରୁ ଆଲିଏନ୍‌ସ ଏୟାର ବିମାନ ଉଡ଼ିବ  ଓ ଫେବ୍ରୁଆରି ୨୯ରୁ ବାରାଣସୀରୁ ଭୁବନେଶ୍ୱରକୁ ବିମାନ ଉଡ଼ିବ । ସେହିପରି ଫେବ୍ରୁଆରି ୨୯ରୁ ଇଣ୍ଡିଗୋ ବିମାନ ଉଡ଼ିବ । ଶୀତ ସିଜିନ୍ ପରେ ଝାରସୁଗୁଡ଼ାରୁ ମୁମ୍ବାଇକୁ ସ୍ପାଇସ୍ ଜେଟ୍ ବିମାନ ଉଡ଼ିବ । ଜୁଲାଇ ୧ରେ ପ୍ରୟାଗରାଜ-ଭୁବନେଶ୍ୱର ଇଣ୍ଡିଗୋ ବିମାନ ଉଡ଼ିବ । ଦିଲ୍ଲୀ-ଭୁବନେଶ୍ୱର ଏୟାର ଏସିଆ ବିମାନ ଗ୍ରୀଷ୍ମ ସିଜିନ୍‌ରେ ଉଡ଼ିବ । ମେ ମାସରେ ଭୁବନେଶ୍ବର-ରାଉରକେଲା ବିମାନ ଉଡ଼ିପାରେ । ଭୁବନେଶ୍ୱର-ରାଉରକେଲା ଆଲିଏନ୍‌ସ ଏୟାର ବିମାନ ଉଡ଼ିପାରେ । ଏହା ସହ ପ୍ରୟାଗରାଜ ଓ କଲାଇକୁଣ୍ଡାକୁ ବିମାନ ଉଡ଼ାଣ ପାଇଁ ସୁଯୋଗ ସୃଷ୍ଟି କରାଯାଉଛି । ଉତର ପୂର୍ବାଂଚଳ ଓ ବିମାନ ଯୋଗାଯୋଗ ଥିବା ଅଂଚଳ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ଏହି ସବୁ ଅଂଚଳକୁ ଘରୋଇ ବିମାନ ଉଡ଼ାଣ ପାଇଁ ପ୍ରସ୍ତାବ ଦିଆଯାଇଛି । ବୈଠକ ଶେଷ ହେବା ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ।

ପ୍ରାୟ ୨୫ଟି ଏୟାରଳାଇନ୍ସର ମୁଖ୍ୟ ନିର୍ବାହୀ ଅଧିକାରୀ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ ।  ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ସଚିବ, ଯୁଗ୍ମ ସଚିବ ଉଷା ପାଢୀ, ରାଜ୍ୟର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ସଚିବ ପ୍ରମୋଦ ମେହେର୍ଦ୍ଦା ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।