ଅନନ୍ତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର ବିଜେଡ଼ି ବିଧାୟକ ପ୍ରାର୍ଥୀ ଅନନ୍ତ ଜେନାଙ୍କୁ ଆକ୍ରମଣ ପରେ ସେ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଆଇସିୟୁରେ ଅନନ୍ତଙ୍କୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଡ଼ାକ୍ତରଙ୍କ ଠାରୁ ବୁଝିଛନ୍ତି। ସୂଚନା ଯୋଗ୍ୟ, ରବିବାର ଅନନ୍ତଙ୍କ ଗାଡ଼ି ଉପରକୁ ବୋମାଡ଼ ହୋଇଥିଲା।