ମହାପ୍ରଭୁଙ୍କୁ ଦର୍ଶନ କଲେ, ଦୀପ ଜାଳିଲେ ଓ ବିଶ୍ୱଶାନ୍ତି ପାଇଁ ଆଶୀର୍ବାଦ ମାଗିଲେ ଦିଦି

ପୁରୀରେ କୋଲକତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ପୁରୀ: ଓଡ଼ିଶା ଗସ୍ତରେ ଆସିଥିବା କୋଲକତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁରୀରେ ପହଂଚି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଏଥିସହ ଦୀପ ଜାଳି ବିଶ୍ୱଶାନ୍ତି ପାଇଁ ଆଶୀର୍ବାଦ ମଧ୍ୟ ମାଗିଛନ୍ତି ।

ମହାପ୍ରଭୁଙ୍କୁ ଦର୍ଶନ କରି ଗଣମାଧ୍ୟମା ନିକଟରେ ନିଜର ପ୍ରତିକ୍ରିୟା ରଖି ଦିଦି କହିଛନ୍ତି ଯେ, ଶ୍ରୀଜଗନ୍ନାଥଙ୍କ ମୁଁ ଜଣେ ପରମ ଭକ୍ତ। ପ୍ରତିଦିନ ମୁଁ ଘରେ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରୁଛି। ତେଣୁ ଆଜିର ଦର୍ଶନ ମୋ ପାଇଁ ସ୍ୱତନ୍ତ୍ର। ସମସ୍ତ ମନୁଷ୍ୟ ଶାନ୍ତିରେ ରହିବା ପାଇଁ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛି ବୋଲି ମମତା କହିଥିଲେ। ମନୁଷ୍ୟ ମଧ୍ୟରେ ହିଂସା ଓ ବିବାଦ ନ ରହିଲେ ଭଲ। ଏଥି ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଛି।

ମମତା କହିଥିଲେ, ଭାରତୀୟମାନେ ଭାଇ-ଭଉଣୀର ସଂପର୍କ ନେଇ ରହିବା ଦରକାର। ବର୍ତମାନ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଚାଲିଥିବା ହିଂସା ନେଇ ମମତା କହିଛନ୍ତି, ଆମେ ରକ୍ତ ଚାହୁଁ ନାହୁଁ, ଆମକୁ ଶାନ୍ତି ଦରକାର।