ଦିଲ୍ଲୀ ନିର୍ବାଚନ ଫଳାଫଳ: କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇଲେ ମମତା

କୋଲକତା: ଭୋଟ ଗଣତିରେ ଆଗୁଆ ରହିଛନ୍ତି କେଜ୍ରିୱାଲ ସରକାର। ତୃତୀୟ ଥର ପାଇଁ ଦିଲ୍ଲୀରେ ଆପ, ସରକାର ଗଠନ ନେଇ ଚିତ୍ର ସ୍ପଷ୍ଟ ହୋଇଥିବାବେଳେ, ଆପ କାର୍ଯ୍ୟାଳୟ ଓ ବିଭିନ୍ନ ସ୍ଥାନରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି।

ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପଟେ ବିଜେପିର ହାରିବା ସ୍ଥିତିକୁ ନଜରରେ ରଖି ବିଜେପିକୁ କଟାକ୍ଷ କରି କରିଛନ୍ତି ଯେ, ସିଏଏ, ଏନଆରସି ଓ ଏନପିଆର ଯୋଗୁଁ ଜନତା ବିଜେପି ଠାରୁ ମୁହଁ ଫେରାଇଛନ୍ତି । ଯେଉଁଥିପାଇଁ ଆଜି ବିଜେପିର ଶୋଚନୀୟ ହାର ହୋଇଥିବା ମମତା କହିଛନ୍ତି ।