ସମ୍ ହସ୍ପିଟାଲରେ ସବୁଠାରୁ ବଡ଼ କୋଭିଡ୍-୧୯ ହସ୍ପିଟାଲ ଉଦ୍‌ଘାଟିତ

ହସ୍ପିଟାଲକୁ ଉଦ୍‌ଘାଟନ୍ କଲେ ମୁଖ୍ୟମନ୍ତ୍ରୀ, ସାମିଲ ଥିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଏବଂ କୋଇଲା ମନ୍ତ୍ରୀ

ଭୁବନେଶ୍ୱର: ସୋମବାର ସମ୍ ହସ୍ପିଟାଲରେ ରାଜ୍ୟ ସରକାର ଆଉ ଏକ ବଡ଼ କୋଭିଡ୍-୧୯ ହସ୍ପିଟାଲ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ୫୨୫ ଶଯ୍ୟା ବିଶିଷ୍ଟ ଏହି କୋଭିଡ-୧୯ ହସ୍ପିଟାଲକୁ ଉଦ୍‌ଘାଟନ କରିଛନ୍ତି। ଆଇଏମ୍ ଏସ୍ ଓ ସମ୍ ହସ୍ପିଟାଲ ସହାୟତାରେ ନିର୍ମାଣ ହୋଇଥିବା ରାଜ୍ୟ ସରକାରଙ୍କର ଏହି କୋଭିଡ୍ -୧୯ ହସ୍ପିଟାଲରେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସହିତ ରୋଗୀଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏଥିମଧ୍ୟରୁ ୫୦୦ ଜେନେରାଲ ବେଡ୍ ଏବଂ ୨୫ଟି ଆଇସିୟୁ ବେଡ୍ ରଖାଯାଇଛି। ଉଦଘାଟନ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଏମସିଏଲ ସିଏମଡି ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ ହସ୍ପିଟାଲ କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ଵତନ୍ତ୍ର ଆୟୋଜନ କରିବା ସହ ରୋଗୀସେବା ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ପରୀକ୍ଷାଗାର, ରେଡିଓଲୋଜିକାଲ, ଆଇସିୟୁ, ଏବଂ ଅନ୍ୟ ସାହାଯ୍ୟ ଯୋଗାଇଦେବ। ଏହି ସ୍ଵତନ୍ତ୍ର ହସ୍ପିଟାଲ ପାଇଁ ଆର୍ଥିକ ସହଯୋଗ ସରକାରଙ୍କ ଉଦ୍ୟୋଗ ଓଡ଼ିଶା ମହାନଦୀ କୋଲ୍ ଫିଲ୍ଡ୍ ଲିମିଟେଡ୍ ଯୋଗାଇଦେବ।