କ୍ୟାପିଟାଲ ହସ୍ପିଟାଲରେ ଶୁଭାରମ୍ଭ ହେଲା ସ୍ନାତକୋତ୍ତର, ଶୁଭାରମ୍ଭ ରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଶୁଭାରମ୍ଭ ହେଲା ସ୍ନାତକୋତ୍ତର, ମେଡିକାଲ ଶିକ୍ଷା ଓ ଗବେଷଣା ଅନୁଷ୍ଠାନ । ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁଭାରମ୍ଭ କରିବା ସହିତ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ପାଠପଢା ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି । ଚଳିତ ୨୦୨୨-୨୩ ଶିକ୍ଷାବର୍ଷରୁ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ପ୍ରଥମ ବ୍ୟାଚ ପିଜି ପାଠ୍ୟକ୍ରମ । ମୋଟ ୧୫ ଟି ବିଭାଗରେ ପାଠ୍ୟକ୍ରମ ଖୋଲିବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୬ଟି ବିଭାଗକୁ ମିଳିଛି ଅନୁମତି । ୬ଟି ବିଭାଗରେ ୨୪ଟି ସିଟ ପାଇଁ ପିଜି ଓ ୬ଟି ସ୍ପେଶାଲ ପାଠ୍ୟକ୍ରମ ଅନୁମତି ମିଳିଛି ।

ମେଡିସିନ, ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବଂ ସର୍ଜରୀ ବିଭାଗକୁ ୫ଟି ଲେଖାଏ ସିଟ ସହିତ, ଅସ୍ଥିଶଲ୍ୟ ବିଭାଗରେ ୨, ଶିଶୁରୋଗ ବିଭାଗରେ ୪, ଶ୍ୱାସରୋଗ ବିଭାଗରେ ୩ ଟି ସିଟରେ ପିଜି ପାଠ୍ୟକ୍ରମ ଖୋଲିଛି । ଆଉ ୯ଟି ବିଭାଗ ପର୍ଯ୍ୟାୟକ୍ରମେ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶକ, ପ୍ରଫେସର ଓ କମର୍ଚାରୀଙ୍କ ସହ ପାଖାପାଖି ୭୦ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ଏଠାରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବାକୁ ଦୀର୍ଘଦିନରୁ ଦାବି ହୋଇଆସୁଥିଲା । ଅନୁଷ୍ଠାନ ଖୋଲିବା ଦ୍ୱାରା ସ୍ୱାସ୍ଥ୍ୟବ୍ୟବସ୍ଥାରେ ଆହୁରି ସୁଧାର ଆସିବ । ଶିକ୍ଷାନୁଷ୍ଠାନ ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଛାତ୍ର ଛାତ୍ରୀ