ଦୁଇ ଦିନ ଆହୁରି ବର୍ଷିବ,ଜରୁରୀ ବୈଠକ ଡାକି ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆହୁରି ଦୁଇ ଦିନ ଲାଗି ରହିବ ବର୍ଷା ।  ସାରା ରାଜ୍ୟରେ ଲାଗି ରହିବ ବର୍ଷା । ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ବଳଙ୍ଗ, ଇବ୍ , ତେଲ ନଦୀର ଉପରମୁଣ୍ଡ ଓ ଅବବାହିକାରେ ବ଼ଡ଼ ବର୍ଷା ସମ୍ଭାବନା ରହିଛି। ଏଣୁ ନଦୀର ଜଳସ୍ତର ବୃଦ୍ଧି ପାଇବା ସହ ବନ୍ୟା ଆଶଙ୍କା ରହିଛି ବୋଲି ସତର୍କ କରିଛି ପାଣି ପାଗ ବିଭାଗ । ସାମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ଲାଗି  ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ । ପ୍ରବଳ ବର୍ଷା ଓ ସାମ୍ଭାବ୍ୟ ବନ୍ୟା ସ୍ଥିତିକୁ ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ଜରୁରୀ ବୈଠକ ଡାକି ସମୀକ୍ଷା କରିବା ସହ ପୋଲିସ,ଓଡ୍ରାଫ ଓଅଗ୍ନିଶ୍ରମ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି । ସବୁ ଜିଲ୍ଲାପାଳମାନଙ୍କୁ ସଜାଗ ଓ ସତର୍କ ରହିବାକୁ ନିର୍ଦେଶ ଦେଇଛନ୍ତି ସରକାର । କର୍ମଚାରୀମାନଙ୍କୁ ହେଡ କ୍ବାଟର ନଛାଡିବାକୁ ନିର୍ଦେଶ ରହିଛି । ଉଦ୍ଦାର ହେଉଥିବା ଲୋକଙ୍କୁ ରନ୍ଧାଖାଦ୍ୟ ଦେବାକୁ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଏସଆରସି  । ଏହା ସହ ସବୁ ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ ଖୋଲାଯାଇଛି । ଜଳ ସେଚନ ବିଭାଗ ଓ ଏସଆରସିଙ୍କ ମଧ୍ୟ ୨୪ ଘଣ୍ଟିଆ ସ୍ବତ୍ନ୍ତ୍ର ମନିଟରିଂ ବ୍ୟବସ୍ଥା ଓ କଣ୍ଟ୍ରୋଲରୁମ ହୋଇଛି । ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ଓ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି ସରକାର । ଏହାସହ ଯେଉଁ ମାନଙ୍କୁ ଉଦ୍ଧାର କରାଯାଉଛି ସେମାନଙ୍କୁ ରନ୍ଧାଖାଦ୍ୟ ଦେବାକୁ ପ୍ରଶାସନକୁ କୁହାଯାଇଛି । ପାଣିପାଗ ପୂର୍ବାନୁମାନ ଅନୁସାରେ ଯଦି ଦୁଇଦିନ ପ୍ରବଳ ବର୍ଷା ହୁଏ ତେବେ ସ୍ଥିତି ଆହୁରି ସଙ୍ଗୀନ ହେବା ଆଶଙ୍କା ରହିଛି । ତେଣୁ ଏହାର ମୁକାବିଲା ଲାଗି ସରକାରି ସ୍ତରରେ ସବୁ ପ୍ରକାର ବ୍ଯବସ୍ଛା ହୋଇଛି ।