ବନ୍ୟା ବିପନ୍ନଙ୍କୁ ୭ ଦିନ ମିଳିବ ରିଲିଫ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବର୍ଷା ଓ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ସରକାରଙ୍କ ରିଲିଫ ଘୋଷଣା । ପ୍ରଭାବିତଙ୍କୁ ୭ ଦିନର ରିଲିଫ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୋନପୁର, ବଲାଙ୍ଗୀର ଜିଲ୍ଲାର ପ୍ରଭାବିତ ଲୋକଙ୍କୁ...

ଭୁବନେଶ୍ବର: ବର୍ଷା ଓ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ସରକାରଙ୍କ ରିଲିଫ ଘୋଷଣା । ପ୍ରଭାବିତଙ୍କୁ ୭ ଦିନର ରିଲିଫ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୋନପୁର, ବଲାଙ୍ଗୀର ଜିଲ୍ଲାର ପ୍ରଭାବିତ ଲୋକଙ୍କୁ ରିଲିଫ ଦିଆଯିବ। ଲୋକଙ୍କ ପାଇଁ ଦୈନିକ ୬୦ ଓ ଛୋଟ ପିଲାଙ୍କୁ ୪୫ ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଏପଟେ ମୌସୁମୀ ବର୍ଷାରେ ଉବୁଟୁବୁ ହେଉଛି ଅଧା ଓଡିଶା। ସମ୍ଭାବ୍ୟ ବନ୍ୟା ସ୍ଥିତି ବି ଚିନ୍ତା ବଢ଼ାଇଛି। ଆସନ୍ତା ୧୫ ତାରିଖ ସକାଳୁ ମହନଦୀକୁ ଛଡ଼ାଯିବ ୧୦ ଲକ୍ଷ କ୍ୟୁସେକ ଜଳ। ଉପକୂଳବର୍ତ୍ତୀ ତିନି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ। ଖୋର୍ଦ୍ଧା, ପୁରୀ, କଟକ , ଜଗତସିଂହପୁର, ନୟାଗଡ଼, କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ସହ ନଦୀ କୂଳରେ ପେଟ୍ରୋଲିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଲୋକସେବା ଭବନରେ ଆଜି ସ୍ଥିତିର ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାପାଳଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଏନେଇ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ।

Spread the love
Categories
ଓଡିଶା

RELATED BY

  • କଟକ ଏସ୍‌ସିବି ଆସିବେ ଜଗା ଓ କାଳିଆ

    କଟକ : ନୂଆଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଜଗା ଓ କାଳିଆ କଟକ ବଡ଼ ମେଡିକାଲ୍‌ ଆସିବେ। କେବେ ଆସିବେ ତାହା ୭ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ।...
  • ନଦୀରେ ବୁଡ଼ି ଗଲେ ଦୁଇ ଭଉଣୀ

    ସାଲେପୁର : କଟକ ଜିଲ୍ଲା କିଶନନଗର ଥାନା ବାବୁଜଙ୍ଗ ପଞ୍ଚାୟତ ସଫିପୁର ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇ ନଦୀରେ ବୁଡ଼ି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ...
  • ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ପରଲୋକ

    ଭୁବନେଶ୍ୱର:ରାଜ୍ୟର ଜଣେ ସୁନାମଧନ୍ୟ ତଥା ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁ ଆଉ ନାହାନ୍ତି । ଗତକାଲି ରାତିରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ...
  • ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ:୨ ଦିନ ଭିଜିବ ଓଡ଼ିଶା!

    ଭୁବନେଶ୍ବର : ଶୁକ୍ରବାର ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲା ପ୍ରାୟ ସପ୍ତାହକ ଯାଏଁ ସାରା ରାଜ୍ୟରେ ବଡ଼ ବର୍ଷା ନାହିଁ। ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ କାଁ ଭାଁ ବର୍ଷା ହୋଇପାରେ। ହେଲେ ଆଜି ପୁଣି ପୂର୍ବାନୁମାନ...