ଫୋନିି କ୍ଷତିଗ୍ରସ୍ତଙ୍କ ଘର ମରାମତି ପାଇଁ ମୁଖ୍ୟମନ୍ତ୍ରୀ ଦେଲେ ୭.୫୮ କୋଟି

ଭୁବନେଶ୍ୱର : ବାତ୍ୟା ଫାନିରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କ ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି । ପୁରୀ ଜିଲ୍ଲାର ୮ ହଜାର କ୍ଷତିଗ୍ରସ୍ତ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୭ କୋଟି ୫୮ ହଜାର ଟଙ୍କା ମଞ୍ଜୁର କରାଯାଇଛି । ବିଶେଷ କରି ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ସହାୟତା ପାଇବାରୁ ବଞ୍ଚିତ ହୋଇଥିବା କ୍ଷତିଗ୍ରସ୍ତ ପରିବାରକୁ ଏହି ସହାୟତା ମିଳିବ । ଆଂଶିକ ଘର ଭାଙ୍ଗି ଥିବା ୬୦୦ ପରିବାରକୁ ୩୦୦୦ ଟଙ୍କା ଲେଖାଏଁ ଏବଂ ୭ ହଜାର ୪ ଶହ ପରିବାରକୁ ୧୦ ହଜାର ଟଙ୍କା ଲେଖାଏ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ସୂଚନାଯୋଗ୍ୟ, ଫାନି ପ୍ରଭାବରେ ପୁରୀ ଜିଲ୍ଲାର ୨ ଲକ୍ଷ ୮୭ ହଜାର ୭୬୨ ପରିବାର ଆଂଶିକ କିମ୍ବା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛନ୍ତି । ଏହି ସହାୟତା ରାଶି ଖୁବ୍ଶୀଘ୍ର କ୍ଷତିଗ୍ରସ୍ତ ପରିବାରଙ୍କୁ ଦିଆଯିବ ।