ପଦ ସହ ଦଳରୁ ବହିଷ୍କୃତ ହେଲେ ଅନୁପ

ଭୁବନେଶ୍ବର: ରାଜ୍ୟ ପଣ୍ୟାଗାର ଅଧ୍ୟକ୍ଷ ପଦବୀରୁ ହଟିଲେ ବିଜେଡି ନେତା ଅନୁପ କୁମାର ସାଏ । ୨୦୧୬ର ଏକ ଡବଲ ମର୍ଡର ମାମଲାରେେ ବୁଧବାର ଠାରୁ ଛତିଶଗଡ ପୋଲିସ ଦ୍ବାରା ଅଟକ ଥିବା ଅନୁପଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କ ପଦରୁ ବହିଷ୍କାର କରିଛନ୍ତି । ଏହାସହ ଅନୁପଙ୍କୁ ମଧ୍ୟ ଦଳରୁ ବହିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମିଳିଥିବା ସୂଚନା ଅନୁସାରେ ଛତିଶଗଡ଼ର ରାୟଗଡ଼ ଜିଲ୍ଲାର ଚକ୍ରଧରନଗର ଥାନା ପୋଲିସ ଗତକାଲି ରାତି ପ୍ରାୟ ୯ଟା ୨୩ ମିନିଟ୍ ସମୟରେ ବ୍ରଜରାଜ ନଗରର ଶିରିଡ଼ିସାଇ ମନ୍ଦିର ନିକଟରୁ ଅନୁପ କୁମାର ସାଏଙ୍କୁ ଉଠାଇ ନେଇଥିଲା। ଅନୁପଙ୍କୁ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଉଠାଇ ନେଇ ପୋଲିସ ପଚରାଉଚୁରା ପରେ ଗିରଫ କରିଥିବା ଜଣାଯାଇଛି।