ଲକ୍ଷ୍ନୌ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୋରୋନାକୁ ମହାମାରୀ ଘୋଷଣା କରିବା ପରେ ଦିଲ୍ଲୀ ସରକାର ମଧ୍ୟ ଏହାକୁ ମହାମାରୀ ଘୋଷଣା କରିଛନ୍ତି । ଆଜି ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହାକୁ ମହାମାରୀ ଘୋଷଣା କରିଛନ୍ତି । ଏହାବ୍ୟତୀତ ମାର୍ଚ୍ଚ ୨୨ ଯାଏଁ ବେସିକ-ସେକେଣ୍ଡାରି ଓ ଟେକ୍ନିକାଲ ଏଜୁକେସନ୍ର ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଉତରପ୍ରଦେଶର ମେଡିକାଲ କଲେଜରେ ଏମ୍ବିବିଏସ୍ ପାଠପଢ଼ାକୁ ବି ବନ୍ଦ କରି ଦିଆଯାଇଛି। ଯଦି କୌଣସି ସ୍କୁଲ ଓ କଲେଜରେ ପରୀକ୍ଷା ଚାଲୁଛି ତେବେ ସେହି ସ୍କୁଲ ଓ କଲେଜ ହିଁ ଖୋଲା ରହିବ। ପରୀକ୍ଷାର୍ଥ ଓ ଶିକ୍ଷକ-ଶିକ୍ଷୟିତ୍ରୀ ହିଁ କେବଳ ଆସିବାକୁ ଅନୁମତି ରହିଛି। ଏପରି କ୍ଷେତ୍ରରେ ଯଦି ପରୀକ୍ଷା ଆରମ୍ଭ ହୋଇନାହିଁ, ତେବେ ପରୀକ୍ଷା ତାରିଖକୁ ଘୁଂଚାଇ ଦେବାକୁ ସ୍କୁଲ ଓ କଲେଜ କର୍ତୃପକ୍ଷଙ୍କୁ କୁହାଯାଇଛି।