ଶ୍ରୀନଗର ଯିବେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସୁପ୍ରମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଶ୍ରୀନଗର ଗସ୍ତ କରିବେ। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକାଧିକ ପିଟିଶନର ସୋମବାର ଶୁଣାଣି ବେଳେ ସେଠାକାର ସମସ୍ୟା ସମ୍ପର୍କରେ ପ୍ରଧାନ ବିଚାରପତି ଅବଗତ...

ନୂଆଦିଲ୍ଲୀ: ସୁପ୍ରମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଶ୍ରୀନଗର ଗସ୍ତ କରିବେ। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକାଧିକ ପିଟିଶନର ସୋମବାର ଶୁଣାଣି ବେଳେ ସେଠାକାର ସମସ୍ୟା ସମ୍ପର୍କରେ ପ୍ରଧାନ ବିଚାରପତି ଅବଗତ ହୋଇଥିଲେ। ଲୋକମାନେ ଆଇନଗତ ସହାୟତା ପାଇଁ ହାଇକୋର୍ଟ ସହିତ ଯୋଗାଯୋଗ କରିପାରୁ ନ ଥିବା ଅଭିଯୋଗ ଆସିବା ପରେ ସେ ନିଜେ ଶ୍ରୀନଗର ଯାଇ ସମସ୍ୟାର ଅନୁଧ୍ୟାନ କରିବେ ବୋଲି ପ୍ରଧାନ ବିଚାରପତି କହିଛନ୍ତି।

ଶୁଣାଣି ସମୟରେ ଜାମ୍ମୁ-କାଶ୍ମୀର ଲୋକମାନେ ସ୍ଥାନୀୟ ହାଇକୋର୍ଟ ସହିତ ଯୋଗାଯୋଗ କରିବାରେ ସମସ୍ୟାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ଆସିଥିଲା। ପ୍ରଧାନ ବିଚାରପତି ଏହି ଅଭିଯୋଗ ଉପରେ ଜାମ୍ମୁ-କାଶ୍ମୀର ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ରିପୋର୍ଟ ମାଗିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି, ଯଦି ଲୋକମାନେ ହାଇକୋର୍ଟ ସହିତ ଯୋଗାଯୋଗ କରିବାରେ ଅସମର୍ଥ ହେଉଛନ୍ତି, ତେବେ ଏହା ସବୁଠାରୁ ଚିନ୍ତାଜନକ। ମୁଁ ନିଜେ ଶ୍ରୀନଗର ଯିବି ବୋଲି ପ୍ରଧାନ ବିଚାରପତି କହିଥିଲେ।

ଏହାବ୍ୟତୀତ ଏମଡିଏମକେ ଅଧ୍ୟକ୍ଷ ଭାଇକୋ ନ୍ୟାଶନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ମୁକ୍ତି ନେଇ ଏକ ପିଟିଶନ ଦାଖଲ କରିଥିଲେ। ସୁପ୍ରିମକୋର୍ଟ ଏହାର ଶୁଣାଣି କରି କେନ୍ଦ୍ର ସରକାର ଏବଂ ଜାମ୍ମୁ-କାଶ୍ମୀରକୁ ନୋଟିସ ଜାରି କରିଛନ୍ତି। ୩୭୦ ଉଚ୍ଛେଦ ହେବା ସମୟରୁ ଫାରୁକ୍‌ ଗୃହବନ୍ଦୀ ହୋଇ ରହିଥିବା ଜଣାପଡ଼ିଛି। ସେହିପରି ଘାଟିରେ ଖବରକାଗଜ ପ୍ରକାଶନ ଉପରେ କଟକଣା ଲାଗିଥିବା ଏବଂ ଲୋକଙ୍କୁ ଚିକିତ୍ସାସେବା ମିଳୁ ନ ଥିବା ନେଇ ମଧ୍ୟ ପିଟିଶନ ଦାଖଲ ହୋଇଛି। ଏସବୁ ପିଟିଶନର ଶୁଣାଣି ବେଳେ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ସରକାରଙ୍କ ତରଫରୁ ପକ୍ଷ ରଖିଥିଲେ।

Spread the love
Categories
ଦେଶ-ବିଦେଶ

RELATED BY