ଦେଶରେ ଲାଗୁ ହେଲା ସିଏଏ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ଗତକାଲିଠାରୁ ଦେଶରେ ଲାଗୁ କରାଯାଇଛି । ଏ ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଦେଶର ବିଭିନ୍ନ ଅଂଚଳରେ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି। ଅନେକ ସ୍ଥାନରେ ହିଂସା ଯୋଗୁଁ ଜଟିଳ ସମସ୍ୟା ଉପୁଜିଛି। ଏହାକୁ ଚ୍ୟାଲେଂଜ କରି ସୁପ୍ରିମ୍‌ କୋର୍ଟରେ ମଧ୍ୟ ଏକାଧିକ ମାମଲା ରୁଜୁ ହୋଇଛି। ତେବେ ନାଗରିକତା ସଂଶୋଧନ ଆଇନ ଦେଶ ହିତରେ ଏକ ବଡ଼ ପଦକ୍ଷେପ ବୋଲି ସରକାର ଦର୍ଶାଇବା ସହ ଏହା ଲାଗୁ କରିବା ପାଇଁ ପ୍ରତିବଦ୍ଧତା ଦେଖାଇଥିଲେ। ଏ ବାବଦ ବିଜ୍ଞପ୍ତି ଜାରି ହେବା ସହିତ ୧୦ ଜାନୁଆରି ୨୦୨୦ରୁ ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ ହୋଇଛି।