ଲକ୍ଷେ୍ନøରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ: ୭୫ ଆହତ, ୧୧୨ ଜଣ ଅଟକ

ଲକ୍ଷେ୍ନø: ଉତରପ୍ରଦେଶ ରାଜଧାନୀ ଲକ୍ଷେ୍ନøରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆରମ୍ଭ ହୋଇଛି ହିଂସା । ତେବେ ଏହି ହିଂସାକାଣ୍ଡ ଫଳରେ ୭୫ଜଣ ଆହତ ହୋଇଥିବାବେଳେ ୧୧୨ ଜଣ ପ୍ରଦର୍ଶନକାରୀଙ୍କୁ ଅଟକ ରଖାଯାଇଛି । ଆହତ ହୋଇଥିବା ଲୋକଙ୍କ ମଧ୍ୟରେ ପୋଲିସ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି । ଅଟକ ରଖିଥିବା ପ୍ରଦର୍ଶକାରୀଙ୍କ ମଧ୍ୟରୁ ୬୧ଜଣଙ୍କର ପରିଚୟ ମିଳିସାରିଥିବାବେଳେ ଅନ୍ୟମାନଙ୍କର ପରିଚୟ ଜାଣିବା ପାଇଁ ପୋଲିସ ସିସିଟିଭି ଫୁଟେଜ ଯାଂଚ କରୁଛି । ଏହି ହିଂସାକୁ ନେଇ ଭିନ୍ନ ଭିନ୍ନ ସ୍ଥାନରେ ୭ଟି ମାମଲା ରୁଜୁ କରାଯାଇଛି ।

ହିଂସାର ଉଗ୍ରରୂପ ପରିବର୍ତନ ଛକରେ ହୋଇଥିବାବେଳେ ସେଠାରେ ଗଣମାଧ୍ୟମର ୩ଟି ଓଭି ଭ୍ୟାନ, ଏକ ଯାତ୍ରୀ ବସ, ୮ଟି ଗାଡ଼ି, ସତଖଣ୍ଡା ପୋଲିସ ଛକରେ ୬ଟି ଗାଡ଼ି, ମଦେୟଗଞ୍ଜ ପୋଲିସ ଛକରେ ଛିଡାହୋଇଥିବା ଏସୟୁବିରେ ଅଗ୍ନି ସଂଯୋଗ କରି ଦିଆଯାଇଛି ।