ଆଜିଠୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା

ଭୁବନେଶ୍ବର: ଆଜି ଯୁକ୍ତ ୨ ପରୀକ୍ଷାର ଦ୍ବିତୀୟ ଦିନ । ଗତକାଲି କେବଳ ବିଜ୍ଞାନ ପିଲାଙ୍କର ଏମଆଇଏଲ(ଓଡିଆ) ପରୀକ୍ଷା ଥିବାବେଳେ ଆଜି କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କର ଏମଆଇଏଲ(ଓଡିଆ) ରହିଛି ।

ରାଜ୍ୟର ମୋଟ ସାଢେ ୩ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଥିବାବେଳେ ପରୀକ୍ଷାକୁ ଶୃଙ୍ଖଳିତ ଓ କପି ମୁକ୍ତ କରିବା ପାଇଁ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିଛି । ଏଥର ୨ଟି ପର୍ଯ୍ୟାୟରେ ଛାତ୍ରଛାତ୍ରୀଙ୍କ ଚେକିଂ କରାଯାଉଥିବା ଦେଖିବାକୁ ମିଳିଛି ।

୧ ହଜାର ୧୪୩ଟି ପରୀକ୍ଷା କେନ୍ଦ୍ରରେ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହେଉଛି । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ନ ନେବାକୁ ନିର୍ଦ୍ଦେଶ ରହିଛି । ଏହାସହ ପରୀକ୍ଷା ସରିବା ପୂର୍ବରୁ ପ୍ରଶ୍ନ ପତ୍ରରେ କୌଣସି ଚିହ୍ନ ରହିବ ନାହିଁ, ଯଦି ରହିବ ଏହାକୁ କପି ବୋଲି ଧରାଯିବ ବୋଲି କୁହାଯାଇଛି।

ଏଥର କଳାରେ ୨ ଲକ୍ଷ ୨୦ ହଜାର ୪୩୭, ବିଜ୍ଞାନରେ ପରୀକ୍ଷା ୯୭ ହଜାର ୫୪୬ ଓ ବାଣିଜ୍ୟରେ ୨୫ ହଜାର ୭୮୫ ଓ ଧନ୍ଦାମୂଳକ ପରୀକ୍ଷାରେ ୭ ହଜାର ୦୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।