ପରୀକ୍ଷାରେ ତ୍ରୁଟି ହୋଇଥିବା ସ୍ୱୀକାର କଲା CHSE

ପିଲାଙ୍କୁ ମିଳିବ ଗ୍ରେସ୍ ମାର୍କ

ଶେଷରେ +୨ ପରୀକ୍ଷାରେ ତ୍ରୁଟି ହୋଇଥିବା ସ୍ୱୀକାର କଲା ସିଏଚଏସଇ । ଏ ନେଇ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି, ଫିଜିକ୍ସ ପ୍ରଶ୍ନପତ୍ରରେ ଆଉଟ୍ ଅଫ୍ ସିଲାବସ୍ ନୁହେଁ ବରଂ ଚଏସ୍ ଡେଫିସିଟ୍ ସମସ୍ୟା ଥିଲା । ରେଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କୁ ନେଇ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଏହି ତ୍ରୁଟି ରେଗୁଲାର ପିଲାଙ୍କ କ୍ଷେତ୍ରରେ ହୋଇଛି କିନ୍ତୁ ଏକ୍ସରେଗୁଲାର ପିଲାଙ୍କ କ୍ଷେତ୍ରରେ ନୁହେଁ ।

ପ୍ରଶ୍ନପତ୍ରରେ ୧୯ ମାର୍କର ଚଏସ୍ ଡେଫିସିଟ୍ ସମସ୍ୟା ହୋଇଛି । ପିଲାଙ୍କୁ ୧୯ ମାର୍କର ଗ୍ରେସ୍ ମାର୍କ ମିଳିବ ନାହିଁ । କେବଳ ଯେଉଁ ପିଲା ସମ୍ପକ୍ତ ପ୍ରଶ୍ନର ଉତ୍ତର ଲେଖିଥିବେ ସେମାନଙ୍କୁ ଗ୍ରେସ୍ ମାର୍କ ମିଳିବ । କିନ୍ତୁ ଯେଉଁମାନେ ଉତ୍ତର ଆଟେଣ୍ଡ କରିନଥିବେ ସେମାନଙ୍କୁ ଗ୍ରେସ୍ ମାର୍କ ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପରୀକ୍ଷା ନିୟନ୍ତ୍ରକ ।