ଛକା ମାରି ବିଶ୍ୱ ରେକର୍ଡ କଲେ କ୍ରିସ୍‌ ଗେଲ୍‌

ଦୁବାଇ: ଇଂଲଣ୍ଡ ବିପକ୍ଷରେ ଶତକୀୟ ଇନିଂସ ଖେଳିଥିବା ୱେଷ୍ଟଇଣ୍ଡିଜ୍‌ ବ୍ୟାଟସ୍‌ମ୍ୟାନ୍‌ କ୍ରିସ୍‌ ଗେଲ୍ ଛକା ମାରି ବିଶ୍ୱ ରେକର୍ଡ କରିଛନ୍ତି । ସେ ଇଂଲଣ୍ଡ ବିପକ୍ଷରେ ୧୨ଟି ଛକା ମାରିବା ସହ ପାକିସ୍ତାନ ବ୍ୟାଟସ୍‌ମ୍ୟାନ୍‌ ଶାହିଦ ଆଫ୍ରିଦିଙ୍କ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ବିଶ୍ୱକପ୍‌ ପରେ ଅବସର ନେବାକୁ ଥିବା ଗେଲ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସମୁଦାୟ ୪୭୭ଟି ଛକା ମାରିଛନ୍ତି। ଆଫ୍ରିଦି ୫୨୪ଟି ମ୍ୟାଚ୍‌ରେ ୪୭୬ଟି ଛକା ମାରି ସର୍ବାଧିକ ଛକା ମାରିବା ତାଲିକାର ଏକ ନମ୍ବର ସ୍ଥାନରେ ଥିଲେ। କିନ୍ତୁ ଗେଲ ୪୪୪ଟି ମ୍ୟାଚ୍‌ରେ ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଗେଲ୍‌ ଦିନିକିଆରେ ୨୭୬ଟି ଛକା ମାରିଥିବା ବେଳେ ଟି-୨୦ରେ ୧୦୨ ଓ ଟେଷ୍ଟରେ ୯୮ଟି ଛକା ମାରିଛନ୍ତି।