ଆଜି ଚିତା ଲାଗି ଅମାବାସ୍ୟା

ଭୁବନେଶ୍ଵର: ଆଜି ହେଉଛି  ପବିତ୍ର ଚିତଲାଗି ଅମାବାସ୍ୟା। ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ଚିତାଲାଗି ହୋଇଥାଏ। ପୂଜା ଓ ଧୂପ ଶେଷ ହେବା ତିନିଠାକୁରଙ୍କ ଲଲାଟରେ ଚିତାଲାଗି କରାଯାଏ। ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ।

ଶ୍ରାବଣ ମାସର ଅମାବାସ୍ୟା ତିଥିରେ ଚିତଲାଗି ଅମାବାସ୍ୟା ପାଳନ କରାଯାଏ। ଏହି ଦିନ ଚିତାଲାଗି ଅମାବାସ୍ୟା ବା ଚିତଉ ଉଆଁସ ପାଳିତ ହୋଇଥାଏ। ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ଚିତାଲାଗି ନୀତି ଅନୁଷ୍ଠିତ ହୁଏ। ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ତିନିଠାକୁରଙ୍କ ଲଲାଟରେ ଚିତାଲାଗି ହୁଏ।ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ। ସେଥିପାଇଁ ଏହା ‘ଗେଣ୍ଡେଇକଟା ଓଷା’ ନାମରେ ମଧ୍ୟ ପ୍ରସିଦ୍ଧ। ବାଲେଶ୍ୱର, ମୟୂରଭଞ୍ଜ ଓ କେଉଁଝର ଆଦି ଅଞ୍ଚଳରେ ଏହି ପର୍ବକୁ ‘ଗେଣ୍ଡାକଟା ଅମାବାସ୍ୟା’ କୁହାଯାଏ।