ମହାବଳୀପୁରମରେ ଜିନପିଙ୍ଗ୍

ଚେନ୍ନାଇ : ତାମିଲନାଡୁର ଐତିହାସିକ ସହର ମହାବଳୀପୁରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭବ୍ୟ ସ୍ଵାଗତ କରାଯାଇଛି। ଏହି ଦୁଇ ପ୍ରମୁଖ ନେତା ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ କରିବାକୁ ଦ୍ଵିପାକ୍ଷିକ ଆଲୋଚନା କରୁଛନ୍ତି। ତେବେ ଜିନପିଙ୍ଗଙ୍କ ମହାବଳୀପୁରମ ଗସ୍ତ ମଧ୍ୟରେ ମୋଦୀ ତାଙ୍କୁ ଦକ୍ଷିଣ ଭାରତୀୟ ସଂସ୍କୃତି ସହ ପରିଚିତ କରାଇଛନ୍ତି। ଏହି ମଧ୍ୟରେ ଦୁଇ ନେତାଙ୍କ ଏକ ଫଟୋ ସୋସିଆଲ ମିଡିଆରେ କୌତୁହଳର ବିଷୟ ପାଲଟିଛି। ଏହି ଫଟୋରେ ମୋଦୀ ଏବଂ ଜିନପିଙ୍ଗଙ୍କ ପଛରେ ଏକ ବଡ ପଥର ଦେଖାଯାଇଛି। ଯାହାକି ବିପଦଜନକ ଭାବେ ଆଗକୁ ଢଳି ରହିଥିବା ଦେଖାଯାଉଛି।